March 11, 2026

ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସ୍‌ଓପି ନ ମାନି ସ୍କୁଲ, କଲେଜ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

1 min read

ଭୁବନେଶ୍ୱର: ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସ୍‌ଓପି ନ ମାନି ସ୍କୁଲ, କଲେଜ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗ୍ରୀଷ୍ମ ପ୍ରବାହକୁ ନେଇ ପଦକ୍ଷେପ ନିଆଯାଇଛି, ସ୍ଥିତି ନିୟନ୍ତ୍ରଣରେ ରହିଥିବା ମନ୍ତ୍ରୀ କହିଛନ୍ତି।

ଏଥିସହିତ ସତର୍କ କରାଇ ମନ୍ତ୍ରୀ କହିଛନ୍ତି, ଅତି ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ। ଅଂଶୁଘାତ ଓ୍ବାର୍ଡ ପ୍ରସ୍ତୁତ ରଖିବାକୁ ସିଏଚ୍‌ସି ଏବଂ ପିଏଚ୍‌ସିକୁ ମଧ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।