September 23, 2026

ଓଡ଼ିଶାରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରିତା ବେଳେ ସଫ୍ଟୱେର ସମସ୍ୟା

1 min read

ଭୁବନେଶ୍ୱର: ଓଡ଼ିଶାରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରିତା ବେଳେ ସଫ୍ଟୱେର ସମସ୍ୟା ଦେଖାଦେଉଛି। ହେଲ୍‌ଥ କେୟାର ପ୍ରୋଭାଇଡର୍ସ ରାଜ୍ୟ ସମ୍ପାଦକ ନିଲାଞ୍ଜନା ମୁଖାର୍ଜୀ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଟିପି ଜେନେରେଟ ଟାଇମ ଆଉଟ ସମୟ ୧୦ ମିନିଟକୁ କମିଛି। ପରିବାରର ପ୍ରତି ହିତାଧିକାରୀଙ୍କ କାର୍ଡ ଅଲଗା ରହିଛି। ଆୟୁଷ୍ମାନ ଯୋଜନାରେ ଇମ୍ପଲାଣ୍ଟ କ୍ୟାପିଙ୍ଗ ରହିଛି।

କ୍ୟାପିଙ୍ଗ ପାଇଁ ହସ୍ପିଟାଲରେ ଟିକେ ସମସ୍ୟା ରହୁଛି। ରୋଗୀଙ୍କ ଚିକିତ୍ସା ବିଳମ୍ବ ହେଉନି, ପଞ୍ଜୀକରଣ ବିଳମ୍ବ ହେଉଛି। ବିଏସ୍‌କେୱାଇରେ ବି ଆପ୍ରୁଭାଲ ବ୍ୟବସ୍ଥା ଥିଲା। ଆୟୁଷ୍ମାନରେ ତାହା ନାହିଁ, ଲିମିଟେଡ ହୋଇଯାଇଛି ବୋଲି ମୁଖାର୍ଜୀ କହିଛନ୍ତି।