August 25, 2026

ମେଘାଳୟରେ ବାସ କରୁଥିବା ୬ ଲକ୍ଷ ଲୋକଙ୍କର ଆଧାର କାର୍ଡ ନାହିଁ

1 min read

ଶିଲଂ: ଭାରତର ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ବାସ କରୁଥିବା ୬ ଲକ୍ଷ ଲୋକଙ୍କର ଆଧାର କାର୍ଡ ନଥିବା ଜଣାପଡିଛି। ଫଳରେ ଏହି ଲୋକମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଇଷ୍ଟ ଖାସି ହିଲ୍‌ସ ଓ ୱେଷ୍ଟ ଗାରୋ ହିଲ୍‌ସ ଭଳି ଦୁଇଟି ଜିଲାରେ ୩.୨୭ ଲକ୍ଷ ଲୋକ ଏପର୍ଯ୍ୟନ୍ତ ଆଧାର କାର୍ଡ କରିପାରିନାହାନ୍ତି। ଏହି ଦୁଇଟି ଜିଲା​‌ରେ ଯଥାକ୍ରମେ ୭୫ ଓ ୮୩ ପ୍ରତିଶତ ଲୋକଙ୍କର ଆଧାର କାର୍ଡ କରାଯାଇଛି। ସୂଚନାଯୋଗ୍ୟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବାୟୋମେଟ୍ରିକ ବ୍ୟବସ୍ଥା ଏବଂ ବୟସ୍କଙ୍କ ଆଧାର କାର୍ଡ ଯାଞ୍ଚ ବ୍ୟବସ୍ଥା ପ୍ରସଙ୍ଗରେ ମେଘାଳୟ ସରକାରଙ୍କୁ ଦୁଇଟି ପୁରସ୍କାର ମିଳିସାରିଛି। ରାଜ୍ୟର କେତେକ ଅଞ୍ଚଳ ଅତ୍ୟନ୍ତ ଦୁର୍ଗମ ହୋଇଥିବାରୁ ସେଠାକୁ ଯାଇ ଲୋକଙ୍କର ଆଧାର କାର୍ଡ ପ୍ରସ୍ତୁତ କରିିବା ନିହାତି କଷ୍ଟକର ହୋଇପଡୁଛି ବୋଲି ରାଜ୍ୟ ସରକାରଙ୍କ ନୋଡାଲ ଅଫିସର କହିଛନ୍ତି।