ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦର ବିଶ୍ବର ୯ମ ବ୍ୟସ୍ତବହୁଳ ବିମାନବନ୍ଦର
1 min read
ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦର ବିଶ୍ବର ୯ମ ବ୍ୟସ୍ତବହୁଳ ବିମାନବନ୍ଦର ଭାବେ ମାନ୍ୟତା ହାସଲ କରିଛି। ଏୟାରପୋର୍ଟସ କାଉନ୍ସିଲ ଇଣ୍ଟରନ୍ୟାସନାଲ (ଏସିଆଇ) ୱାର୍ଲ୍ଡ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆମେରିକାର ହାର୍ଟସଫିଲ୍ଡ-ଜ୍ୟାକସନ ଆଣ୍ଟଲାଣ୍ଟା ସବୁଠାରୁ ବ୍ୟସ୍ତବହୁଳ ବିମାନବନ୍ଦର ଭାବେ ପରିଗଣିତ ହୋଇଛି। ୨୦୨୪ରେ ଏହି ବିମାନବନ୍ଦରକୁ ୧,୦୮,୦୬୭,୭୬୬ ଯାତ୍ରୀ ବ୍ୟବହାର କରିଥିବା ଜଣାପଡିଛି। ଏହାପଛକୁ ଦୁବାଇ ଓ ଡଲାସ ବିମାନବନ୍ଦର ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ଦୁଇଟି ବିମାନବନ୍ଦର ଯଥାକ୍ରମେ ୯୨,୩୩୧,୫୦୬ ଏବଂ ୮୭,୮୧୭,୮୬୪ ଯାତ୍ରୀ ବ୍ୟବହାର କରିଛନ୍ତି। ୨୦୨୪ରେ ଦିଲ୍ଲୀ ବିମାନବନ୍ଦରରେ ୭୭,୮୨୦,୮୩୪ ଯାତ୍ରୀ ଯାତାୟାତ କରିଥିବାବେଳେ ୨୦୨୩ ତୁଳନାରେ ଏହା ୭.୮ ପ୍ରତିଶତ ବୃଦ୍ଧି ପାଇଛିି। ୨୦୨୩ରେ ଦିଲ୍ଲୀ ବିମାନବନ୍ଦର ଏହି ପ୍ରସଙ୍ଗରେ ୧୦ମ ସ୍ଥାନ ଅଧିକାର କରିଥିଲା। ଅପରପକ୍ଷରେ ଜାପାନର ହାନେଡା ବିମାନବନ୍ଦର ଚତୁର୍ଥ ସ୍ଥାନରେ ଥିବାବେଳେ ଲଣ୍ଡନର ହିଥ୍ରୋ ପଞ୍ଚମ, ଡେଭ୍ନର ଷଷ୍ଠ, ତୁର୍କୀର ଇସ୍ତାନବୁଲ ସପ୍ତମ, ସିକାଗୋ ଅଷ୍ଟମ ସ୍ଥାନ ଅଧିକାର କରିଥିବା ପ୍ରକାଶ। ୧୭୦ ରାଷ୍ଟ୍ରରେ ଥିବା ୨୧୮୧ ବିମାନବନ୍ଦରକୁ ନେଇ ଏସିଆଇ ଏହି ରିପୋର୍ଟ ପ୍ରସ୍ତୁତ କରିଛି।