May 1, 2026

କିଟ୍‌‌ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ

1 min read

ଭୁବନେଶ୍ୱର: ପୁଣି ଜଣେ କିଟ୍‌‌ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏକ ନିର୍ମାଣଧୀନ କୋଠା ତଳୁ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ର କିଟ୍‌‌ ବିଶ୍ୱବିଦ୍ୟାଳୟରେ ବିଟେକ୍‌‌ ତୃତୀୟ ବର୍ଷରେ ପଢୁଥିଲେ। ଛାତ୍ରଙ୍କ ନାମ ଅର୍ଣ୍ଣବ ଗୋସ୍ୱାମୀ ଏବଂ ତାଙ୍କ ଘର ପଶ୍ଚିମବଙ୍ଗର ବାଁକୁରା ଗ୍ରାମରେ ବୋଲି ଜଣାପଡ଼ିଛି।

କିଟ୍‌‌ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍‌‌ରେ ରହି ଅର୍ଣ୍ଣବ ପାଠ ପଢୁଥିଲେ। ହଷ୍ଟେଲରୁ କେମିତି ଆସିଲେ ମଞ୍ଚେଶ୍ୱର ଏବଂ ନିର୍ମାଣଧିନ କୋଠାକୁ କାହିଁକି ଯାଇଥିଲେ, ତାହାର କାରଣ ଜଣାପଡ଼ିନାହିଁ।
ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌‌ ହସପିଟାଲକୁ ପଠାଇଛି। ଏବେ ଅର୍ଣ୍ଣବଙ୍କ ମୃତଦେହ କ୍ୟାପିଟାଲ ହସପିଟାଲରେ ରହିଛି ଏବଂ ତାଙ୍କ ପରିବାର ସଦସ୍ୟ ଆସିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ମଞ୍ଚେଶ୍ୱର ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଛାତ୍ର ଅର୍ଣ୍ଣବଙ୍କ ମୃତ୍ୟୁ ନେଇ କିଟ୍‌‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।