January 27, 2026

ମହାରାଷ୍ଟ୍ରରେ ଭୟଙ୍କର ଦୁର୍ଘଟଣା

1 min read

ନୂଆଦିଲ୍ଲୀ: ମହାରାଷ୍ଟ୍ର ନାସିକ୍ ଜିଲ୍ଲା ଚାନ୍ଦବଡ ତାଲୁକାର ରାହୁଦ ଘାଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥରେ ଏକାସଙ୍ଗରେ ଧକ୍କା ହେଲା ୬ ଗାଡି। ଫଳରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଆଜି ସକାଳୁ ଏକ କଣ୍ଟେନର ମାଲେଗାଁକୁ ଯାଉଥିବାବେଳେ ଭାରସାମ୍ୟ ହରାଇଥିଲା। ଫଳରେ ଜାତୀୟ ରାଜପଥ ଉପରେ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଗାଡି ଗୋଟିଏ ୩ପରେ ଗୋଟିଏ କଣ୍ଟେନର ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗି ରୁଜ୍ଜି ଯାଇଥିବାବେଳେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।