October 15, 2025

କିଏ ହେବେ ଓଡ଼ିଶା ବିଜେପି ସଭାପତି

1 min read

ଭୁବନେଶ୍ଵର: ଓଡ଼ିଶାରେ ବିଜେପିର ସାଙ୍ଗଠନିକ ଅଦଳବଦଳ ଚାଲିଛି। ରାଜ୍ୟରେ ବଦଳିବେ ବିଜେପି ସଭାପତି। ଏଯାଏଁ ନିଷ୍ପତ୍ତି ହୋଇନାହିଁ ଦଳ ଏହି ଗୁରୁଦାୟିତ୍ଵ କାହାକୁ ଦେବ। ଶୁକ୍ରବାର ଦିନ ବିଜେପି ରାଜ୍ୟ ମୁଖ୍ୟାଳୟରେ ବିଜେପି କୋର କମିଟି ବୈଠକ ବସିଥିଲା। ଏହି ବୈଠକରେ କାହାକୁ ବିଜେପି ସଭାପତି ଭାବେ ଦାୟିତ୍ଵ ଦିଆଯିବ ସେ ନେଇ ନିଷ୍ପତ୍ତି ହୋଇଥିବା ଅନୁମାନ କରାଯାଉଛି।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ରାଷ୍ଟ୍ରୀୟ ନେତୃତ୍ଵ ଯଦି ମନମୋହନ ସାମଲଙ୍କୁ କୌଣସି ବଡ଼ ପଦପଦବୀ ନଦିଅନ୍ତି, ପୁଣି ଥରେ ସେ ରାଜ୍ୟ ସଭାପତି ହେବେ। ଯଦି ମନମୋହନ ସଭାପତି ନହୁଅନ୍ତି ତେବେ, ଜଣେ ଅଭିଜ୍ଞ ତଥା ବରିଷ୍ଠ ନେତାଙ୍କୁ ଏହି ଦାୟିତ୍ଵ ମିଳିବ।

ଏହି ପଦବୀ ପାଇଁ ଏବେ ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ସଭାପତି ସମୀର ମହାନ୍ତି, ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଏହି ଚର୍ଚ୍ଚା ମଧ୍ୟରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ବୁଧବାର ଦିନ କହିଛନ୍ତି, “ଆସନ୍ତା ଦୁଇଦିନ ଭିତରେ ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା ହୋଇପାରେ। ଶୀଘ୍ର ନୂଆ ସଭାପତିଙ୍କ ନାଁ ଘୋଷଣା ହେବାର ଥିବା, କିନ୍ତୁ ଦିଲ୍ଲୀ ନିର୍ବାଚନ ପାଇଁ ଏହି ଘୋଷଣାରେ ବିଳମ୍ବ ହୋଇଛି।”

ବର୍ତ୍ତମାନ ବିଜେପର ରାଜ୍ୟ ସଭାପତି ଥିବା ମନମୋହନ ସାମଲଙ୍କୁ ଦଳ ନୂଆ ଦାୟିତ୍ଵ ଦେବ ନା ପୁଣି ରିପିଟ୍ କରିବ? ନା ନୂଆ ଚେହେରାକୁ ମିଳିବ ସୁଯୋଗ, ତା’ ଉପରେ ରହିଛି ସମସ୍ତଙ୍କ ନଜର।