March 18, 2026

ଡକାୟତି ମାମଲା: ମୁଖ୍ୟ ଦୋଷୀକୁ ୭ ବର୍ଷ ଜେଲ୍

1 min read

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଞ୍ଚଳରେ ୨୦୧୩ ମସିହାରେ ଏକ ଡକାୟତି ଗ୍ୟାଙ୍ଗ ଘର ଭିତରେ ପଶି ସୁନା, ରୂପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ। ଦୀର୍ଘ ୧୧ ବର୍ଷ ପରେ ଶୁକ୍ରବାର ସହକାରୀ ଦୌରା ଜଜଙ୍କ ଅଦାଲତ ରାୟ ପ୍ରକାଶ କରି ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ରାଣାକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।