June 25, 2026

ରାଜଧାନୀ ରେ ଧରାପଡ଼ିଲେ କନିଷ୍ଠ କିରାଣି

1 min read

ଭୁବନେଶ୍ୱର: ୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣି। ଖଣ୍ଡଗିରି ସବ୍‌ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣି ଦେବଯାନୀ କରଙ୍କୁ ଲାଞ୍ଚ ନେବା ସମୟରେ ରେଡ୍ ହ୍ୟାଣ୍ଡଡ ଧରିଛି ଭିଜିଲାନ୍ସ।

ସୂଚନା ଅନୁସାରେ ଜମି କାଗଜପତ୍ର ବାବଦକୁ ଦେବଯାନୀ ଜଣେ ବ୍ୟକ୍ତିଙ୍କୁ 20 ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଭିଜିଲାନ୍ସରେ ବ୍ୟକ୍ତି ଜଣକ ଅଭିଯୋଗ କରିବା ପରେ ସୋମବାର ଦେବଯାନୀ ଲାଞ୍ଚ ନେବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ସମ୍ପୂର୍ଣ୍ଣ ଟଙ୍କାକୁ ଜବତ କରିଛି। ବର୍ତମାନ ଦେବଯାନୀଙ୍କୁ ଅଟକ ରଖି ଭିଜିଲାନ୍ସ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇଟି ସ୍ଥାନରେ ଚଢ଼ାଉ କରୁଛି।