ଅକ୍ଟୋବର ମାସରେ ଭାରତର ତେଲ ଓ ଗ୍ୟାସଆମଦାନି ବିଲ୍ ୬୦ ପ୍ରତିଶତ ବଢ଼ି ୧୬ ବିଲିଅନ ଡଲାରରେ ପହଞ୍ଚିଛି
1 min read
ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଭାରତର ତେଲ ଓ ଗ୍ୟାସଆମଦାନି ବିଲ୍ ୬୦ ପ୍ରତିଶତ ବଢ଼ି ୧୬ ବିଲିଅନ ଡଲାରରେ ପହଞ୍ଚିଛି। ଗତବର୍ଷ ଅକ୍ଟୋବରରେ ଏହା ୧୦ ବିଲିଅନ ଡଲାରରେ ରହିଥିଲା। ପେଟ୍ରୋଲିୟମ ମନ୍ତ୍ରାଳୟ ଅଧୀନ ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ୍ ଆନାଲିସିସ୍ ସେଲ୍ (ପିପିଏସି) ସୂତ୍ରରୁ ଏହା ଜଣାଯାଇଛି। ବ୍ରେଣ୍ଟ କ୍ରୁଡ୍ ଦର ଅକ୍ଟୋବରରେ ବାର୍ଷିକ ଆଧାରରେ ପାଖାପାଖି ୨ ଗୁଣା ବଢ଼ି ବ୍ୟାରେଲ ପିଛା ୧୨୪.୭୭ ବିଲିଅନ ଡଲାରରେ ପହଞ୍ଚିବା ଯୋଗୁ ଆମଦାନି ବିଲ୍ ଅଧିକ ହୋଇଛି। ଅକ୍ଟୋବରରେ ଅଶୋଧିତ ତେଲ ଆମଦାନି ୧୧ ପ୍ରତିଶତ ବୃଦ୍ଧି ପାଇ ୨.୩୩ କୋଟି ଟନରେ ରହିଛି। ତରଳୀକୃତ ପ୍ରାକୃତିକ ଗ୍ୟାସ (ଏଲ୍ଏନ୍ଜି) ଆମଦାନିରେ ୧.୩ ବିଲିଅନ ଡଲାର ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷରେ ପେଟ୍ରୋଲିୟମ ଉତ୍ପାଦର ରପ୍ତାନିରୁ ୬.୩ ବିଲିଅନ ଡଲାର ରୋଜଗାର ହୋଇଛି। ଦେଶରେ ଅକ୍ଟୋବର ମାସରେ ଏଲ୍ପିଜି ବ୍ୟବହାର ୧୨.୩ ପ୍ରତିଶତ ଏବଂ ଏପ୍ରିଲ-ଅକ୍ଟୋବରରେ ୧୫.୧ ପ୍ରତିଶତ ହ୍ରାସ ପାଇଛି। ନଭେମ୍ବର ୧ ତାରିଖ ସୁଦ୍ଧା ଦେଶରେ ସକ୍ରିୟ ଏଲ୍ପିଜି ବ୍ୟବହାରକାରୀଙ୍କ ସଂଖ୍ୟା ୩୨.୬ କୋଟିରେ ରହିଛି। ଚଳିତବର୍ଷ ଏପ୍ରିଲ ପହିଲାରେ ଏମାନଙ୍କ ସଂଖ୍ୟା ୩୩.୪ କୋଟି ରହିଥିଲା ବୋଲି ପିପିଏସି ତଥ୍ୟରୁ ଜଣାଯାଇଛି। ବ୍ରେଣ୍ଟ କ୍ରୁଡ୍ ଦର ବ୍ୟାରେଲ ପିଛା ଚଳିତବର୍ଷ ସେପ୍ଟେମ୍ବରରେ ବ୍ୟାରେଲ ପିଛା ୧୧୬.୭୭ ଡଲାର ଥିବାବେଳେ ଗତବର୍ଷ ଅକ୍ଟୋବରରେ ୬୪.୭୫ ଡଲାରରେ ରହିଥିଲା। କିନ୍ତୁ ଚଳିତବର୍ଷ ଅକ୍ଟୋବରରେ ଭାରତୀୟ ବାସ୍କେଟର ହାରାହାରି ମୂଲ୍ୟ ବ୍ୟାରେଲ ପିଛା ୧୧୯.୯୧ ଡଲାରରେ ରହିଛି ଯାହାକି ଗତବର୍ଷ ଅକ୍ଟୋବରରେ ୬୫.୦୮ ଡଲାର ରହିଥିଲା।


