November 18, 2026

ମାଡି ଆସୁଛି ଅକବାନ

1 min read

ଭୁବନେଶ୍ୱର : ମାଡି ଆସୁଛି ଅକବାନ। ଭୀଷଣ ବାତ୍ୟାର ରୂପ ନେଲା ଅକବାନ। ସକାଳ ୫ଟା ୩୦ର ପର୍ଯ୍ୟବେକ୍ଷଣ ଅନୁଯାୟୀ ଭୀଷଣ ବାତ୍ୟାରେ ପରିଣତ ହୋଇଛି ଅକବାନ। ଘଣ୍ଟା ପ୍ରତି ୩ କିମି ବେଗରେ ଆଗକୁ ବଢ଼ୁଛି ଭୀଷଣ ବାତ୍ୟା। ବିଶାଖାପାଟଣା ଠାରୁ ୬୧୦କିମି ଦୂରରେ ଓ ଗୋପାଳପୁର ଠାରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ତେବେ ଅତି ଭୀଷଣ ବାତ୍ୟାର ସମ୍ଭାବନା ଟଳିଛି। ପ୍ରତିକୂଳ ପାଣିପାଗ ପରିସ୍ଥିତି ହେତୁ ସମ୍ଭାବନା ଟଳିଛି। ଭୀଷଣବାତ୍ୟା ଭାବେ ଉପକୂଳ ମୁହାଁ ହେବା ସମ୍ଭାବନା ରହିଥିବା ବେଳେ ଲ୍ୟାଣ୍ଡଫଲ ପରେ ମାଲକାନଗିରି ଭିତର ଦେଇ ଆଗକୁ ଯିବ। ପବନର ବେଗ ୧୦୦ରୁ ୧୧୦ ଓ ଝଟ୍‌କା ପବନ ୧୨୦ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ତେବେ ଏହା ମଧ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଓଡ଼ିଶା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ୧୯ ଓ ୨୦ ପାଇଁ ଓଡ଼ିଶାକୁ ରେଡ୍‌ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ ଓଡ଼ିଶାକୁ ଘାରିଲା ପ୍ରବଳ ବର୍ଷା ଆଶଙ୍କା। ୧୯ରୁ ୨୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ।
ବାତ୍ୟା ଅକବାନର ମୁକାବିଲା ନେଇ ପ୍ରଶାସନ ପ୍ରସ୍ତୁତ ହୋଇଛି। ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ଏନଡିଆରଏଫର ଏକାଧିକ ଟିମ। ଓଡ଼ିଶାର ୫ ଜିଲ୍ଲା ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରିରେ ପାଞ୍ଚଟି ଦଳକୁ ନିୟୋଜିତ କରାଯାଇଛି।