November 18, 2026

ପଞ୍ଚୁକ ଲାଗି ପୁରୀ ପ୍ରଶାସନ ପୁରା ପ୍ରସ୍ତୁତ

1 min read

ପୁରୀ : ଆଉ ଦିନ କେଇଟା ପରେ ପଞ୍ଚୁକ। ଏଥିଲାଗି ପୁରୀ ପ୍ରଶାସନ ପୁରା ପ୍ରସ୍ତୁତ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ। ପଞ୍ଚୁକରେ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିବ। ତେଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ ଆଉ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଇଛି। ଭୋର ୪ ଟାରୁ ଦ୍ବାର ଫିଟା ଯାଇ ସମସ୍ତ ନୀତିକାନ୍ତି ଆରମ୍ଭ ହେବ। ଯାହାଫଳରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ଅଧିକାରୀ ଏଥିରେ ଯୋଗ ଦେଇଥିଲେ।