October 16, 2026

ଗୋଦାମରେ ଆଜି ଅଗ୍ନିକାଣ୍ଡ ଘଟିଛି

1 min read

ଜୟପୁର: ଜୟପୁର ସହରର ମୁଖ୍ୟ ରାସ୍ତା ସୌରା ସାହି ଛକ ସମ୍ମୁଖରେ ଥିବା ଟ୍ୱିଲ୍ସ ଡ୍ରେସ୍‌ ଶୋ’ରୁମ୍‌ର ଉପର ମହଲାରେ ଥିବା ଗୋଦାମରେ ଆଜି ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ୨ଟି ଦମକଳ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଏହାକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ । ଶୋ’ରୁମ୍‌ର କର୍ମଚାରୀଙ୍କ କହିବା ଅନୁଯାୟୀ, ବିଦ୍ୟୁତ୍‌ ସର୍ଟସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ହଠାତ୍‌ ନିଆଁ ଲାଗିବାରୁ ଶୋ’ରୁମ୍‌ରେ ଆତଙ୍କ ଖେଳିଯାଇଥିଲା । ଦଶହରାରେ ବିକ୍ରି କରିବା ପାଇଁ ଆଣି ଗୋଦାମରେ ରଖିଥିବା ବିଭିନ୍ନ ନୂଆ ଡ୍ରେସ ମଧ୍ୟ ଜଳି ପୋଡି ନଷ୍ଟ ହୋଇଛି। ସଙ୍ଗେ ସଙ୍ଗେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ବ୍ୟାପିବାରୁ ରୋକିବା ସହ ଏହାକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି । ଅଗ୍ନିକାଣ୍ଡରେ ୫୦ ଲକ୍ଷ ଟଙ୍କା ପରିମାଣର କ୍ଷୟକ୍ଷତି ହୋଇଛି । ଅନ୍ୟପଟେ ଅଗ୍ନିକାଣ୍ଡରେ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।