ଡଙ୍ଗା ବୁଡ଼ିଯିବା ଫଳରେ ୧୧ ଜଣଙ୍କ ମୃତ୍ୟୁ
1 min read
ବିହାର: ମଙ୍ଗଳବାର ବିହାରର ବୈଶାଳୀ ଜିଲାରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ସ୍ଥାନୀୟ ରଘୁପୁର ଗ୍ରାମର ୧୫/୨୦ ଜଣ ଲୋକ ଡଙ୍ଗାରେ ବସି ଭୋଜି ଖାଇବାକୁ ନଦୀ ଆରପାରିକୁ ଯାଉଥିବା ବେଳେ ମଝି ନଈରେ ଡଙ୍ଗା ବୁଡ଼ି ଯାଇଥିଲା । ଏଥିରେ ଥିବା ଅଧିକାଂଶ ଛୋଟ ପିଲା ବୋଲି ପ୍ରଥମିକ ଖବରରୁ ଜଣାପଡିଛି । ଖବର ପାଇ ଏନଡିଆରଫ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଛି । ସ୍ଥାନୀୟ ଲେକମାନେ ମଧ୍ୟ ନିଖୋଜମାନଙ୍କୁ ଖୋଜିବା କାର୍ଯ୍ୟରେ ଏନଡିଆରଏଫକୁ ସହଯୋଗ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଘଟଣାକୁ ନେଇ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।


