October 16, 2026

ପାକିସ୍ତାନ ଅଧିନାୟକ ସାହିବଜାଦା ଫରହାନ୍‌ ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ ଟ୍ବେଣ୍ଟି୨୦ ରେକର୍ଡକୁ ଭାଙ୍ଗିଛନ୍ତି

1 min read

ଦୁବାଇ: ପାକିସ୍ତାନ ଅଧିନାୟକ ସାହିବଜାଦା ଫରହାନ୍‌ ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ ଟ୍ବେଣ୍ଟି୨୦ ରେକର୍ଡକୁ ଭାଙ୍ଗିଛନ୍ତି। ଫରହାନ୍‌ ଦୁଇ ଆଇସିସି ପୂର୍ଣ୍ଣକାଳୀନ ସଦସ୍ୟ ଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦ୍ବିପାକ୍ଷିକ ପୁରୁଷ ଟି୨୦ ଶୃଙ୍ଖଳାରେ ସର୍ବାଧିକ ରନ କରିବାରେ ଅଭିଷେକଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ୩ଟି ଅର୍ଦ୍ଧଶତକ ସହ ୨୩୮ରନ କରିଛନ୍ତି। ଅଭିଷେକ ନିକଟରେ ଆଫଗାନିସ୍ତାନ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ୨୨୯ରନ କରିଥିଲେ। ଯାହା ଏକ ୩ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ସର୍ବାଧିକ ବ୍ୟକ୍ତିଗତ ରନ ଥିଲା। ଏହା ପଛକୁ ନ୍ୟୁଜିଲାଣ୍ଡର କଲିନ ମୁନ୍‌ରେ ୨୦୨୩-୨୪​‌େ​‌ର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାରେ (୨୨୩) ରନ , ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର ୨୦୧୯ରେ ଶ୍ରୀଲଙ୍କା ବିପକ୍ଷରେ ୨୧୭ରନ କରିଥିଲେ। ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ମ୍ୟାଚରେ ଫରହାନ୍‌ଙ୍କ ୭୬ରନ ସତ୍ତ୍ବେ ପାକିସ୍ତାନ ୮ ୱିକେଟରେ ପରାସ୍ତ ହୋଇଥିଲା। ପାକିସ୍ତାନ ଶୃଙ୍ଖଳାକୁ ୨-୧ରେ ଜିତିଥିଲା।