October 16, 2026

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

1 min read

ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ନିଜର ସୋସିଆଲ୍ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ @Naveen_Odisha ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ସୁଖମୟ ଜୀବନ କାମନା କରୁଛି।
ଏଣେ ବିଜେଡି ପକ୍ଷରୁ ବି ନବୀନଙ୍କୁ ଜନ୍ମଦିନର ‌ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏନେଇ ବିଜେଡିର ସୋସିଆଲ୍ ମିଡିଆ ‘ଏକ୍ସ’ରେ ଲେଖାଯାଇଛି,କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ 👑ଜନନାୟକ, ସଭାପତି ଶ୍ରୀ@Naveen_Odisha
ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ସାଢ଼େ ଚାରି କୋଟି ଓଡ଼ିଆ ଯାହାଙ୍କ ପରିବାର, ସେବା ଓ ବିକାଶ ହେଉଛି ଯାହାଙ୍କର ପରିଚୟ। ପ୍ରତିଟି ଓଡ଼ିଆଙ୍କୁ ସାଥିରେ ନେଇ ବିଶ୍ୱରେ ଓଡ଼ିଶାକୁ ଶ୍ରେଷ୍ଠ କରିବା ପାଇଁ ତାଙ୍କର ଅଦମ୍ୟ ପ୍ରଚେଷ୍ଟାକୁ ସାରା ଦୁନିଆ କରୁଛି ପ୍ରଶଂସା।