September 28, 2026

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଆଗତ କରିଛନ୍ତି ତାହା ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍‌

1 min read

ଭୁବନେଶ୍ବର: କେନ୍ଦ୍ର ସରକାର ଯେଉଁ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଆଗତ କରିଛନ୍ତି ତାହା ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍‌ ହୋଇଛି। ଏହି ଅପିଲ୍‌କୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ବିଚାରପ୍ରକ୍ରିୟାରେ ଏହି ବିଲ୍‌ ନିଶ୍ଚିତ ଭାବେ କାଟ ଖାଇବ ବୋଲି ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଆଜି କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

MMDR: ଏମ୍‌ଏମ୍‌ଡିଆର୍‌, ଓରିସେଡ୍‌ ଆଇନ: ଲାଭକ୍ଷତିର ହିସାବ ହୋଇନି, ୨୬୯୫ କୋଟିର ଜରିମାନା ଆଦାୟ ହୋଇପାରିନି

ସେ କହିଛନ୍ତି, ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ଵ କାଳରେ ଓଡ଼ିଶା ସେସ୍ ଆକ୍ଟ ତିଆରି କରିଥିଲେ, ଯାହା ସୁପ୍ରିମକୋର୍ଟରେ ଖାରଜ ହୋଇଥିଲା । କାରଣ ସେଇ ଅଧିକାର ରାଜ୍ୟ ସରକାରଙ୍କ ନଥିଲା । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ମୁଁ ଆଇନମନ୍ତ୍ରୀ ଥିଲି । ସେତେବେଳେ ମତେ ଗୋଟିଏ ବିଲ୍ ତିଆରି ଦାୟିତ୍ୱ ଦିଆଯାଇଥିଲା, ତାହା ହେଲା ଟ୍ୟାକ୍ସ ଅନ ମିନେରାଲ ବିୟରିଂ ଲ୍ୟାଣ୍ଡ । ବିଲ୍‌ ଅନୁସାରେ ଜମି ଉପରେ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ କ୍ଷମତା ରହିବ l ଖଣିଜ ଭରା ଜମି ଉପରେ । ବିଲ୍‌ର ମୂଳ ଅଂଶ ଥିଲା ଏହା । ଖଣିଜ ସମ୍ପଦ କହିଲେ ସିନା ବେଆଇନ ହେବ, କିନ୍ତୁ ନୂତନ ବ୍ୟବସ୍ଥା କରାଗଲା, ଯେଉଁ ଜମି ତଳେ ଖଣି ଅଛି ତା ଉପରେ ଟ୍ୟାକ୍ସ ନିଆଯିବ । ରାଜ୍ୟ ସରକାର ସୁପ୍ରିମ କୋର୍ଟକୁ ଗଲା, କିନ୍ତୁ ସରକାର ହାରିଗଲା । ପରେ ୧୫ ଜାନୁଆରି ୨୦୦୪ରେ ରେ ସୁପ୍ରିମକୋର୍ଟ ରାୟ ଦେଲେ ରାଜ୍ୟ ସରକାରଙ୍କ ଜମି ଉପରେ ଅଧିକାର ଅଛି ବୋଲି । ସେଇ ଅଧିକାର ଆମକୁ ମିଳିବା କଥା କିନ୍ତୁ ମିଳିଲା ନାହିଁ । ବର୍ତ୍ତମାନ ସୁପ୍ରିମ କୋର୍ଟ କହିଛନ୍ତି, ଯଦି ସେଇ ଆଇନ ଲାଗୁ କରାଯାଏ, ତେବେ ବର୍ଷକୁ ୧୨ହଜାର କୋଟି ଟଙ୍କା ରାଜ୍ୟକୁ ଲାଭ ହେବ । ଟାଟା ଷ୍ଟୀଲ୍ ଅନୁସନ୍ଧାନ କରିଥିଲା, ଯାହା ପ୍ରାୟ ୧୭ ହଜାର କୋଟି ଟଙ୍କା କେନ୍ଦ୍ରାଧୀନ ସଂସ୍ଥା ଉପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବାକିଆ ଅଛି, ଯାହା ମିଳିବା କଥା, କିନ୍ତୁ ମିଳିଲା ନାହିଁ ।