September 27, 2026

ଏରିଅଲ୍ ସର୍ଭେରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

1 min read

ଭୁବନେଶ୍ବର: ଏରିଅଲ୍ ସର୍ଭେରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବା ପାଇଁ ଯାଇଛନ୍ତି। ସେ ସ୍ଥିତି ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ବତନ୍ତ୍ର ରିଲିଫ୍ କମିସନର ରାଜେଶ ପ୍ରଭାକର ପାଟିଲ୍ ମଧ୍ୟ ଗସ୍ତ କରିଛନ୍ତି।

ବନ୍ୟାଞ୍ଚଳ ପରିଦର୍ଶନ କରିବେ
ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିବେ। ଏହି ଅବସରରେ କୋରାପୁଟ ଜିଲ୍ଲାର କୋଟପାଡ଼ଠାରେ ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ଜୟପୁରଠାରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଅକାତକାତ ପାଣିରେ ଓଡ୍ରାଫର ବୋଟ ଯୋଗେ ଗଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ କୋଟପାଡ଼ ବନ୍ୟାଞ୍ଚଳ ଗସ୍ତ ସମୟରେ ଓଡ୍ରାଫର ବୋଟ ଯୋଗେ ଅକାତକାତ ପାଣିରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ନବରଂପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ବିଧାୟକ ରଘୁରାମ ମାଛ, ନବରଙ୍ଗପୁର ବିଧାୟକ ଗୌରୀ ମାଝୀ, ଝରିଗାଁ ବିଧାୟକ ନରସିଂ ଭତରା ପ୍ରମୁଖ ଚାନ୍ଦିଲି ପଞ୍ଚାୟତ କୋଟପାଡ଼ ବିଧାୟକ ରୁପୁ ଭତ୍ରାଙ୍କ ନିଜ ଗାଁ ଜଳବନ୍ଦୀରେ ଥିବା ପିରିଞ୍ଜି ଓ ବିକ୍ରମପୁର ଗାଁକୁ ଗସ୍ତ କରିଛନ୍ତି।