ଲକ୍ଷ୍ୟ ପରାସ୍ତ ତନ୍ବୀ,ଶ୍ରୀକାନ୍ତ ପ୍ରିକ୍ବାର୍ଟରରେ
1 min read
ସେନଝେନ: ଏଠାରେ ଚାଲିଥିବା ଚୀନ ମାଷ୍ଟର୍ସ ସୁପର-୭୫୦ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରିକ୍ବାର୍ଟରଫାଇନାଲରେ ଭାରତର କିଦାମ୍ବି ଶ୍ରୀକାନ୍ତ, ତନ୍ବୀ ଶର୍ମା, ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି-ଚିରାଗ ସେଟ୍ଟି ପ୍ରବେଶ କରିଛନ୍ତି। ତେବେ ଲକ୍ଷ୍ୟ ସେନ ବିଦାୟ ନେଇଛନ୍ତି। ବୁଧବାର ମହିଳା ଏକକ ରାଉଣ୍ଡ-୩୨ ମ୍ୟାଚରେ ତନ୍ବୀ ଶର୍ମା ୨୧-୧୬, ୨୧-୧୭ରେ ଡେନମାର୍କର ଆମାଲିଏ ସ୍କଲଜରଙ୍କୁ ପରାସ୍ତକରି ପ୍ରିକ୍ବାର୍ଟରଫାଇନାଲରେ ପହଞ୍ଚିଛନ୍ତି। ଅନ୍ୟ ମ୍ୟାଚରେ ଦେବିକା ସିହାଗ ୧୮-୨୧, ୧୫-୨୧ରେ ବୁଲଗେରିଆର କାଲୋୟାନା ନାଲବାନ୍ତୋଭାଙ୍କଠାରୁ ପରାସ୍ତହୋଇ ବିଦାୟ ନେଇଛନ୍ତି। ପ୍ରିକ୍ବାର୍ଟରଫାଇନାଲରେ ତନ୍ବୀ ଜାପାନର ଟୋମୋକା ମିୟାଜାକିଙ୍କୁ ଭେଟିବେ। ପୁରୁଷ ଏକକ ରାଉଣ୍ଡ-୩୨ ମ୍ୟାଚରେ କିଦାମ୍ବି ଶ୍ରୀକାନ୍ତ ୨୨-୧୬, ୨୧-୧୫ ଗେମ୍ରେ ତାଇୱାନର ଚି ୟୁ-ଜେନଙ୍କୁ ପରାସ୍ତକରି ପ୍ରିକ୍ବାର୍ଟରଫାଇନାଲରେ ପହଞ୍ଚିଛନ୍ତି। ଶ୍ରୀକାନ୍ତ କାନାଡାର ଭିକ୍ଟର ଲାଇଙ୍କୁ ଭେଟିବେ। ତାଲକ୍ଷ୍ୟ ସେନ୍ ରାଉଣ୍ଡ-୩୨ ମ୍ୟାଚରେ ୧୪-୨୧, ୧୭-୨୧ରେ କାନାଡାର ଭିକ୍ଟର ଲାଇଙ୍କଠାରୁ ପରାଜିତ ହୋଇ ବିଦାୟ ନେଛନ୍ତି। ମିଶ୍ରିତ ଯୁଗଳରେ ଧ୍ରୁବ କପିଳା -ତନିଷା କାଷ୍ଟ୍ରୋ ଯୋଡ଼ି ୨୧-୮ ଓ ୨୧-୯ରେ ଥାଇଲାଣ୍ଡର ଡୋଙ୍କିଡ-ତୋନୁଗ ସାହେଗଙ୍କୁ ହରାଇ ପ୍ରିକ୍ବାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ପୁରୁଷ ଯୁଗଳ ରାଉଣ୍ଡ-୩୨ ମ୍ୟାଚରେ ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡି- ଚିରାଗ ସେଟ୍ଟି ଯୋଡ଼ି ୨୧-୧୧ ଓ.୨୧-୧୬ରେ ମାଲେସିଆ ଯୋଡ଼ି ଜୁନେଦି ଆରିଫ-ଖାଇ ଜିଙ୍ଗ ଖାନଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ମିଶ୍ରିତ ଯୁଗଳ ରାଉଣ୍ଡ-୩୨ ମ୍ୟାଚରେ ରୋହନ କପୁର-ଋତ୍ବିକା ଶିବାନି ଗାଡେ ଯୋଡ଼ି ୧୬-୨୧ ଓ ୧୮-୨୧ରେ ମାଲେସିଅା ଯୋଡ଼ି ୱି ଗୁଆନ ଖୁ- ଚିଆ ହାସିନ ଲିଙ୍କ ନିକଟରୁ ପରାଜିତ ହୋଇ ବିଦାୟ ନେଇଛନ୍ତି।


