August 24, 2026

ହସ୍ପିଟାଲ ନିଆଁରେ ଚାଲିଗଲା ୩ ନବଜାତଙ୍କ ଜୀବନ

1 min read

ମୁୁମ୍ବାଇ: ହସ୍ପିଟାଲ ନିଆଁରେ ଚାଲିଗଲା ୩ ନବଜାତଙ୍କ ଜୀବନ। ଏଭଳି ଛାତିଥରା ଘଟଣା ମହାରାଷ୍ଟ୍ରର ଅମରାବତୀରୁ ସାମ୍ନାକୁ ଆସିଛି। ସୋମବାର ସକାଳେ ମହାରାଷ୍ଟ୍ରର ଅମରାବତୀରେ ଥିବା ଜିଲ୍ଲା ମହିଳା ହସ୍ପିଟାଲର ନବଜାତ ସଘନ ଯତ୍ନ ୟୁନିଟ୍ (ଏନଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ତିନି ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସମୟରେ, ହସ୍ପିଟାଲର ଡାକ୍ତର, ନର୍ସ ଏବଂ କର୍ମଚାରୀମାନେ ଅନେକ ଶିଶୁଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ।

ପ୍ରାଥମିକ ସୂଚନା ଅନୁଯାୟୀ, ସୋମବାର ଭୋର ପ୍ରାୟ ସାଢ଼େ ତିନିଟା ସମୟରେ ହସ୍ପିଟାଲର ତୃତୀୟ ମହଲାରେ ଅବସ୍ଥିତ ଏନଆଇସିୟୁରେ ହଠାତ୍ ବିସ୍ଫୋରଣ ଘଟି ସମଗ୍ର ୱାର୍ଡରେ ନିଆଁ ଏବଂ ଧୂଆଁ ବ୍ୟାପିଯାଇଥିଲା। ରିପୋର୍ଟ ଅନୁଯାୟୀ ବିସ୍ଫୋରଣ ଏକ ଭେଣ୍ଟିଲେଟରରୁ ଆରମ୍ଭ ହୋଇଥିଲା, ଯାହା ପରେ ନିଆଁ ଲାଗି ଯାଇଥିଲା