ବାହାନଗା ବ୍ଲକ ଖରାସାହାପୁର ଗ୍ରାମର ଜଣେ ବୃଦ୍ଧ ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା
1 min read
ସୋର: ବାହାନଗା ବ୍ଲକ ଖରାସାହାପୁର ଗ୍ରାମର ଜଣେ ବୃଦ୍ଧ ଶୌଚ ହେବାକୁ ଯାଇ ପୋଖରୀରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ହେଲେ ରତ୍ନାକର ମହାଳିକ( ୮୫)। ରତ୍ନାକର ଆଜି ସକାଳେ ଶୌଚ ହେବାକୁ ଘର ନିକଟରେ ଥିବା ପୋଖରୀକୁ ଯାଇଥିଲେ।
ପୋଖରୀରୁ ରତ୍ନାକରଙ୍କୁ ଉଦ୍ଧାର
ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହିତ ପୋଖରୀରୁ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଁଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।


