August 17, 2026

ଶ୍ରାବଣ ସୋମବାରରେ କାଉଡିଆଙ୍କ ମୃତ୍ୟୁ

1 min read

କବିସୂର୍ଯ୍ୟନଗର: ଶ୍ରାବଣ ସୋମବାରରେ କାଉଡିଆଙ୍କ ମୃତ୍ୟୁ ଘଟିଛି l ମହାଦେବଙ୍କୁ ଜଳଲାଗି କରି ଘରକୁ ଫେରୁଥିବା ସମୟରେ କାଉଡିଆ ଅସୁସ୍ଥ ହୋଇପଡ଼ିଥଲେ। ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥି‌ଲେ।
ସୂଚନାଯୋଗ୍ୟ, କନ୍ଧମାଳଜିଲ୍ଲା ରାଇକିୟା ଡୋଡିଙ୍ଗିଆର ଲିଚୁ ବିନ୍ଧାଣି ଗଞ୍ଜାମ ଜିଲ୍ଲା ଆସିକା ନିକଟ ଋଷୁକୂଲ୍ୟା ସଙ୍ଗମ ସ୍ଥଳରୁ ଜଳ ନେଇ କବିସୂର୍ଯ୍ୟନଗର ବ୍ଲକ ଯମୁନାଗିରି ପାହାଡ଼ରେ ବିଜେ ବାବା ଶୀଧେଶ୍ୱରଙ୍କ ନିକଟକୁ ଯାଇଥିଲେ। ଆଜି ଭୋରରୁ ସେ ଜଳଲାଗି କରିଥିଲେ l ବାବାଙ୍କୁ ଜଳଲାଗି କରିବାପରେ ୧୨ ସହ ପାହାଚ ଓଲ୍ହାଇବା ତକଳୁ ଆସୁଥିବା ବେଳେ ଅଧାରାସ୍ତାରେ ସେ ଗୁରୁତର ହୋଇଥିଲେ l ପାଖରେ ଥିବା କାଉଡିଆମାନେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ପ୍ରଥମେ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଦୁଃଖର ବିଷୟ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।