ସୁନ୍ଦରଗଡ଼ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା
1 min read
ସୁନ୍ଦରଗଡ଼:ସୁନ୍ଦରଗଡ଼ ଜିଲ୍ଲାରେ ଗତକାଲି ସନ୍ଧ୍ୟାରୁ ଲାଗି ରହିଛି ଲଗାଣ ବର୍ଷା। ପାଣିପାଗ ବିଭାଗ ପୁଣି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି।
ଦିନକ ପାଇଁ ଛୁଟି ଘୋଷଣା
ତେଣୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଆଜି ୧୮.୮.୨୦୨୬ ମଙ୍ଗଳବାର ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ଆଦେଶକ୍ରମେ, ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମୁରଲୀଧର ବେହେରା ଏହି ସୂଚନା ଜାରି କରିଛନ୍ତି।


