August 7, 2026

ନୟାଗଡ ଜିଲ୍ଲାଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ରଣପୁର ପଞ୍ଚାୟତ ଆକାଉଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ଆଜି ମଧ୍ୟାହ୍‌ଣରେ ଗିରଫ

1 min read

ରଣପୁର : ରାଜ୍ୟରେ ସରକାରୀ ଅଧିକାରୀମାନଙ୍କ ଲାଞ୍ଚଖୋର ମନୋବୃତ୍ତି ଏତେ ମାତ୍ରାରେ ବଢ଼ିଛି ଯେ, ବିନା ହାତଗୁଞ୍ଜାରେ କିଛି କାର୍ଯ୍ୟ ହେଉ ନାହିଁ। ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହେଲେ ମଧ୍ୟ ସରକାରୀ ଅଧିକାରୀ ସଚେତନ ହେଉନାହାନ୍ତି। ସତେ ଯେପରି ଲାଞ୍ଚନେବା ସରକାରୀ ଚାକିରିଆଙ୍କ ବୃତ୍ତିଗତ ଅଧିକାର।

ନୟାଗଡ ଜିଲ୍ଲାଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ରଣପୁର ବ୍ଲକ ରାଜ ଜଙ୍କିଆ ଗ୍ରାମ ପଞ୍ଚାୟତ ଆକାଉଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ ଭଟ୍ଟ ଆଜି ମଧ୍ୟାହ୍‌ଣରେ ଗିରଫ ହୋଇଥିବା ଜଣାପଡ଼ିଛି। ଶ୍ରୀ ଭଟ୍ଟ ରାଜଜଙ୍କିଆର ଅକ୍ଷୟ କୁମାର ମାଝୀଙ୍କ ଠାରୁ ଆବାସ ଯୋଜନାରେ ମନରେଗା ଅର୍ଥ ଓ ବୋନସ ଅର୍ଥ ୪୨ ହଜାର ଟଙ୍କା ପାଇଁ ୯ ହଜାର ଟଙ୍କା ଦାବି କରି ଥିଲେ। ସେ ପୂର୍ବରୁ ପାଞ୍ଚ ହଜାର ଟଙ୍କା ନେଇଥିବା ବେଳେ ଆଉ ବାକି ୪ ହଜାର ଟଙ୍କା ନେଉଥିବା ବେଳେ ଜଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

ସୂଚନାଯୋଗ୍ୟ, ଶ୍ରୀ ଭଟ୍ଟବାବୁ ଚମ୍ପାଗଡ଼ ପଞ୍ଚାୟତ ଦାୟିତ୍ବରେ ମଧ୍ୟ ଥିଲେ। ନିରୀକ୍ଷକ ବିରୁଆ ବାବୁ ଅଭିଯୁକ୍ତ ଭଟ୍ଟଙ୍କୁ ଗିରଫ କରି ଭୁବନେଶ୍ୱର ବିଭାଗୀୟ କାର୍ଯ୍ୟାଳୟକୁ ନେଇଥିନା ସୂଚନା ମିଳିଛି। ଲାଞ୍ଚ ଦେଇଥିବା ଅକ୍ଷୟ ମାଝୀ କୁହନ୍ତି, ପ୍ରଥମେ ପାଞ୍ଚ ହଜାର ନେଇଥିଲେ ମଧ୍ୟ ବିଲ୍‌ ପାଇଁ ବାରମ୍ବାର ଦୌଡ଼ାଇବାରୁ ସେ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ।