ଆମ୍ବୁଲାନ୍ସରେ ପଦ୍ମପୁର ମେଡ଼ିକାଲକୁ ଆଣୁଥିବା ସମୟରେ ରାସ୍ତାରେ ହିଁ ପ୍ରସବ
1 min read
ପଦ୍ମପୁର : ରାୟଗଡ଼ା ଜିଲ୍ଲା ଗୁଡାରି ବ୍ଲକ ଅନ୍ତର୍ଗତ ଚାକୁଣ୍ଡା ଗ୍ରାମର ଭାନୁ ଜାଗାରଙ୍ଗାଙ୍କୁ ରାତ୍ର ୪ଟା ସମୟରେ ହଠାତ୍ ପ୍ରସବ ବେଦନା ହେବାରୁ ପରିବାର ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ସୂଚନା ପାଇବା ମାତ୍ରେ ପଦ୍ମପୁର ୧୦୮ ଆମ୍ବୁଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟିମ୍ରେ ଥିଲେ ୧୦୮ ଜରୁରୀ କାଳୀନ ଚିକିତ୍ସକ ଯୁଗଳ କିଶୋର ଶବର, ଡ୍ରାଇଭର ଗ. ମାଧବ ଏବଂ ସହାୟକ – ରବି ଶବର। ପେସେଣ୍ଟଙ୍କୁ ଆମ୍ବୁଲାନ୍ସରେ ପଦ୍ମପୁର ମେଡ଼ିକାଲକୁ ଆଣୁଥିବା ସମୟରେ ରାସ୍ତାରେ ହିଁ ଭାନୁ ଜାଗରଙ୍ଗାଙ୍କ ପ୍ରସବ ବେଦନା ବଢିଯାଇଥିଲା। ଏପରି ପରିସ୍ଥିତିରେ ଯୁଗଳ କିଶୋର ଶବରଙ୍କ ତତ୍ପରତା ଓ ଦକ୍ଷତା ଯୋଗୁଁଁ ଆମ୍ବୁଲାନ୍ସ ଭିତରେ ହିଁ ସେ ଗୋଟିଏ ଶିଶୁ କନ୍ୟାକୁ ସୁରକ୍ଷିତ ଭାବେ ପ୍ରସବ କରାଇଥିଲେ। ପରେ ମା’ ଓ ନବଜାତ ଶିଶୁକୁ ତୁରନ୍ତ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ପରୀକ୍ଷା କରି ଉଭୟ ମା’ ଓ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସୂଚନା ଦେଇଥିଲେ। ୧୦୮ ଟିମ୍ର ଏହି ତତ୍ପରତା ଓ ମାନବିକତାକୁ ସେବାକୁ ଗାଁ ଲୋକେ ପ୍ରଶଂସା କରିଛନ୍ତି।


