June 12, 2026

ବିଡିଓଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼

1 min read

ନୟାଗଡ଼: ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ ଯାଇ ନଛିପୁର ଦେଇ ଅଫିସକୁ ଫେରୁଥିବା ବେଳେ ଟେକାମାଡ଼ ହୋଇଥିବା ଜଣାପଡ଼ିଛି। ଦୁଇ ଜଣ ଯୁବକ ଟେକାମାଡ଼ କରିଥିଲେ। ଟେକାଟି ଗାଡିର ଷ୍ଟେରିଂରେ ବାଜି ରହି ଯାଇଥିଲା। ବିଡିଓ ଓ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିଡିଓ ବି ଏହାକୁ ସ୍ବୀକାର କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇଥବାବେଳେ ପୋଲିସ ଘଟଣାର ତଦନ ପାଇଁ ଘଟଣାସ୍ଥଳକୁ ଯାଉଛି।