ଓଡିଶା ଛୁଇଁଲା ମୌସୁମି
1 min read
ଭୁବନେଶ୍ୱର : ଓଡିଶା ଛୁଇଁଲା ମୌସୁମି। ରାଜ୍ୟରେ ଶୁକ୍ରବାର ପ୍ରବେଶ କଲା ଦକ୍ଷିଣପଶ୍ଚିମ ମୌସୁମି ବାୟୁ। ରଜ ପୂର୍ବରୁ ଓଡିଶାରେ ପ୍ରବେଶ କଲା ମୌସୁମୀ। ମୌସୁମି ପ୍ରବେଶ କରିବା ପରେ ରାଜ୍ୟର ଅନେକ ସ୍ଥାନରେ ପାଗ ପରିବର୍ତ୍ତନ ହେବା ସହ ଟ୍ୱିନ ସିଟିରେ ପାଗରେ ବଡ ପରିବର୍ତ୍ତନ ଦେଖାଯାଇଛି। ରଜ ପୂର୍ବରୁ ଓଡିଶାରେ ପ୍ରବେଶ କଲା ମୌସୁମି। ରାଜ୍ୟରେ ଉତ୍ତର ଭାଗକୁ ଅଗ୍ରସର ହେଲା। ପାରାଦୀପ ଓ ବାରିପଦା ମଧ୍ୟ ଦେଇ ଗତି କରୁଛି ମୌସୁମି।
ସୂଚନାନୁଯାୟୀ, ଜୁନ୍ ୧୦ରୁ ୧୨ ସୁଦ୍ଧା ଉପକୂଳ ଓଡ଼ିଶାରେ ମୌସୁମି ଛୁଇଁପାରେ ବୋଲି ପୂର୍ବରୁ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ୧୨ ପରେ ବର୍ଷା ବଢ଼ିବ। ଦକ୍ଷିଣ-ପଶ୍ଚିମ ପବନ ଶକ୍ତିଶାଳୀ ହେବ ଏବଂ ଲଗାତାର ମେଘୁଆ ପାଗ ରହିବ। ଜୁନ୍ ୧୫ ପରେ ନିୟମିତ ବର୍ଷା ଜାରି ରହିବ।


