May 30, 2026

ଆୟୂଷ୍ମାନ କାର୍ଡକୁ ନେଇ ସୂଚନା

1 min read

ଭୁବନେଶ୍ୱର,୩୦ା୫: ଆୟୂଷ୍ମାନ କାର୍ଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ଆଡମିଟ ପୂର୍ବରୁ ଆୟୂଷ୍ମାନ କାର୍ଡରେ ସବୁ ମେଡିକାଲ ପରୀକ୍ଷା କରାଯିବ। ରୋଗୀ ହସ୍ପିଟାଲରେ ଆଡମିଟ୍‌ ହେବାର ୩ ଦିନ ପୂର୍ବରୁ କାର୍ଡରେ ପରୀକ୍ଷା ହେବ। ୩ ଦିନ ପୂର୍ବରୁ ଯାହା ସବୁ ଟେଷ୍ଟ ହେବ ତାହା ଆୟୂଷ୍ମାନ ପ୍ୟାକେଜରେ ରହିବ। ଗାଇଡ୍‌ଲାଇନ୍‌ ନ ମାନିଲେ ହସ୍ପିଟାଲ ବିରୋଧରେ କଡ଼ା ଆକ୍ସନ ନିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।