ଉତ୍ତର ଚିଲିରେ ସୋମବାର ଦିନ ୬.୯ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ
1 min read
କାଲାମା: ଉତ୍ତର ଚିଲିରେ ସୋମବାର ଦିନ ୬.୯ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଆଟାକାମା ମରୁଭୂମିର କାଲାମା ସହରରୁ ୩୧ କିଲୋମିଟର ଦୂରରେ ପ୍ରାୟ ୧୦୦ କିଲୋମିଟର ଗଭୀରରେ ଥିଲା। ପ୍ରବଳ ଭୂମିକମ୍ପ ସତ୍ତ୍ୱେ କୌଣସି ମୃତାହତ କିମ୍ବା ବଡ଼ କ୍ଷତିର ରିପୋର୍ଟ ନାହିଁ। ଚିଲି ବିଶ୍ୱବିଦ୍ୟାଳୟର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ରିପୋର୍ଟ କରିଛି ଯେ ଭୂମିକମ୍ପ ସ୍ଥାନୀୟ ସମୟ ସନ୍ଧ୍ୟା ୫ଟା ୫୨ରେ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ କାଲାମା ସହରରୁ ୧୨ କିଲୋମିଟର ଦକ୍ଷିଣରେ ଅବସ୍ଥିତ।


