May 27, 2026

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ପ୍ରତିମାସ ୮୦ କୋଟି ଲୋକଙ୍କୁ ରାସନ ଯୋଗାଇ ଦେଉଛନ୍ତି

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ପ୍ରତିମାସ ୮୦ କୋଟି ଲୋକଙ୍କୁ ରାସନ ଯୋଗାଇ ଦେଉଛନ୍ତି। ଏବେ ଏହି ଯୋଜନାକୁ ସଫଳ ପରିଚାଳନା ପାଇଁ କ୍ୟାବିନେଟ୍‌ SARTHAK PDSକୁ ମଂଜୁରୀ ଦେଇଛନ୍ତି। ଏହାରି ଅଧୀନରେ କିଛି ସଂଶୋଧନ ଆଣିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ଏହି ସଂଶୋଧନ ଦ୍ବାରା ଗରିବ ପରିବାରଙ୍କୁ ଲାଭ ମିଳିବ। ଏହି ସଂଶୋଧନ ଦ୍ବାରା ନକଲି ରାସନକାର୍ଡଧାରୀ ମଧ୍ୟ ଧରାପଡ଼ିବେ। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଏହି ଯୋଜନାକୁ ଅଧିକ ଶକ୍ତିଶାଳୀ କରାଯିବ। ଏଥି ପାଇଁ ସରକାର ୨୫,୫୩୦ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି।