ଆଇସିିସି ଦିନିକିଆ ବିଶ୍ବକପ-୨୦୨୭ ଖେଳିବା ଲାଗି ବ୍ୟଗ୍ର ଅଛି ଭାରତୀୟ ଦଳ
1 min read
ନୂଆଦିଲ୍ଲୀ: ଆଇସିିସି ଦିନିକିଆ ବିଶ୍ବକପ-୨୦୨୭ ଖେଳିବା ଲାଗି ବ୍ୟଗ୍ର ଅଛି। ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିବା ନେଇ ଅପେକ୍ଷା କରିଛି ବୋଲି ତାରକା ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି କହିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପୋଡକାଷ୍ଟରେ ଭାଗ େନଇ ୩୭ ବର୍ଷୀୟ ବିରାଟ କହିଛନ୍ତି ଯେ, ୨୦୨୭ ଦିନିକିଆ ବିଶ୍ବକପ ଖେଳିବା ପ୍ରଥମ ଲକ୍ଷ୍ୟ ରହିଛି। ଉକ୍ତ ଟୁର୍ଣ୍ଣାମେଣ୍ଟ ଲାଗି ଭାରତୀୟ ଦଳରେ ସ୍ଥାନ ପାଇବା ଲାଗି ଦୃଢ ଆଶାବାଦୀ ରହିଛି। ଦିନିକିଆ ବିଶ୍ବକପ ଯେତିକି ପାଖେଇ ଆସୁଛି ଉତ୍ସାହ ସେତିକି ବଢିବାରେ ଲାଗିଛି। ବର୍ତ୍ତମାନ ଦିନିକିଆ କ୍ରିକେଟ ନିୟମିତ ଖେଳୁନଥିଲେ ମଧ୍ୟ ଉକ୍ତ ଫର୍ମାଟ ଲାଗି ପ୍ରସ୍ତୁତ ରହିଛି ବୋଲି ବିରାଟ କହିଛନ୍ତି।
ମ୍ୟାଚ ବାଦ୍ ଅନ୍ୟ ସମୟରେ ନିୟମିତ ଅଭ୍ୟାସ କରିଥାଏ। ଜୁଲାଇରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଉପରେ ନଜର ରହିଛି। ଏଥିପାଇଁ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଆଶା ରଖିଛି। ଚଳିତ ଆଇପିଏଲରେ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ରହିଛି। ଉକ୍ତ ପ୍ରଦର୍ଶନ ଆଗାମୀ ଦିନିକିଆ ଶୃଙ୍ଖଳା ପୂର୍ବରୁ ପ୍ରସ୍ତୁତିରେ ସହାୟକ ହେବ ବୋଲି ବିରାଟ କହିଛନ୍ତି। ଦିନିକିଆ ବିଶ୍ବକପ ଆଉ ଏକ ବର୍ଷରୁ ଅଧିକ ସମୟ ରହିଛି। ଉକ୍ତ ସମୟ ମଧ୍ୟରେ ଭାରତ ଏକାଧିକ ଦିନିକିଆ ମ୍ୟାଚ ଖେଳିବାର କାର୍ଯ୍ୟସୂଚୀ ରହିଛି। ଉକ୍ତ ସମସ୍ତ ଦିନିକିଆରେ ଖେଳିବାକୁ ସୁଯୋଗ ମିଳିବା ନେଇ ମୁଁ ଦୃଢ ଆଶାବାଦୀ ରହିଛି। ଫିଟ୍ନେସ ଓ ଫର୍ମକୁ ବଜାୟ ରଖିବା ନେଇ କଠିନ ପରିଶ୍ରମ କରିବାକୁ ପଡ଼ୁଛି।


