May 18, 2026

ଆଇପିଏଲ୍‌ରେ ଦୁଇଟି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି ବ୍ୟାଟିଂ ମହାରଥୀ ବିରାଟ

1 min read

ଆଇପିଏଲ୍‌ରେ ଦୁଇଟି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି ବ୍ୟାଟିଂ ମହାରଥୀ ବିରାଟ କୋହଲି। ଆଇପିଏଲ୍‌ରେ ନିଜର ଦୁଇଟି କୀର୍ତ୍ତିମାନକୁ କୋହଲି ନିଜେ ଭାଙ୍ଗିଛନ୍ତି। ରବିବାର ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଟ୍‌ରେ ର‌ୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଓପ୍‌ନର କୋହଲି ଆଇପିଏଲ୍‌ରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ରନ୍ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ଚେନ୍ନଇ ସୁପର କିଙ୍ଗସ୍ ବିପକ୍ଷରେ କୋହଲି ୧,୧୭୪ ରନ୍ କରିଥିଲେ I ରବିବାର ପଞ୍ଜାବ ବିପକ୍ଷରେ କୋହଲି ୩୭ ବଲ୍‌ରୁ ୫୮ ରନ୍ କରିଥିଲେ। ଫଳରେ ଏକ (ପଞ୍ଜାବ) ଦଳ ବିପକ୍ଷରେ କୋହଲି ସର୍ବାଧିକ ୧,୨୧୭ ରନ୍ ସ୍କୋର୍ କରିଛନ୍ତି।