May 4, 2026

ତାମିଲନାଡୁ ବିଧାନସଭା ନିର୍ବାଚନରେ ଅଭିନେତା ଥାଲାପତି ବିଜୟଙ୍କ ଦଳ ଟିଭିକେ ୧୦୦ ରୁ ଅଧିକ ଆସନରେ ଆଗୁଆ

1 min read

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଅଭିନେତା ଥାଲାପତି ବିଜୟଙ୍କ ଦଳ ଟିଭିକେ ୧୦୦ ରୁ ଅଧିକ ଆସନରେ ଆଗୁଆ ରହିଛି। ଟିଭିକେ ଓ ବିଜୟଙ୍କ ବିଜୟ ପାଇଁ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ଶୁଭ ମନା ଯାଉଛି। ଆଜି ତ୍ରିଶାଙ୍କ ଜନ୍ମଦିନ ଥିବାବେଳେ ନିର୍ବାଚନରେ ଟିଭିକେ ଆଗରେ ରହିଛି। ଦୀର୍ଘ ଦିନରୁ ବିଜୟଙ୍କ ସହ ତ୍ରିଶାଙ୍କ ନାଁ ଯୋଡା ଯାଉଛି। ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ଆଜି ସକାଳେ ତ୍ରିଶା ତିରୁମାଲା ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ ବିଜୟଙ୍କ ବାସଭବନରେ ପହଞ୍ଚିଥିଲେ। ଏହାସହ ସେ ବିଜୟଙ୍କ ବାପା-ମା’ଙ୍କ ସହ ହ୍ବିସିଲ୍ ବଜାଇବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
୫୧ ବର୍ଷୀୟ ବିଜୟ ଆଜି ତାମିଲ ସିନେମାର ସବୁଠାରୁ ବଡ଼ ଷ୍ଟାର ହୋଇଥିବାବେଳେ ତ୍ରିଶା କୃଷ୍ଣନଙ୍କୁ ଦକ୍ଷିଣ ଭାରତ ଫିଲ୍ମ ଜଗତର ରାଣୀ କୁହାଯାଏ। ବିଜୟ-ତ୍ରିଶା ପ୍ରାୟ ପାଞ୍ଚଟି ଫିଲ୍ମରେ ଏକାଠି କାମ କରିଛନ୍ତି, ଯେଉଁଥିରେ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ ‘ଲିଓ’ ମଧ୍ୟ ସାମିଲ। ଏହି ସମୟରେ ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ କୋର୍ଟରେ ଛାଡପତ୍ର ପାଇଁ ଲଢ଼ୁଥିଲେ। ସଙ୍ଗୀତା ସୋର୍ନାଲିଙ୍ଗମ୍‌ ନିଜ ଛାଡ଼ପତ୍ର ଆବେଦନରେ ବିଜୟଙ୍କ ଉପରେ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ଥିବା ଅଭିଯୋଗ କରିଥିଲେ। ବିଜୟ ସେମାନଙ୍କ ଛାଡପତ୍ର ଘୋଷଣା କରିବା ପରେ ନିକଟରେ ତ୍ରିଶାଙ୍କ ସହିତ ଏକ ସାର୍ବଜନୀନ ସ୍ଥାନରେ ଦେଖାଯାଇଥିଲେ।