ଦାନକୁ ନେଇ ସବୁଠୁ ବଡ଼ ଚର୍ଚ୍ଚା
1 min read
ନୂଆଦିଲ୍ଲୀ:ଦୀପାବଳିରେ ସିରିଡି ସାଇବାବାଙ୍କୁ ମିଳିଲା ଏକ ଆକର୍ଷଣୀୟ ଘଣ୍ଟା। ଯାହାର ମୂଲ୍ୟ ଶୁଣିଲେ ଆପଣଙ୍କ ଆଶ୍ଚର୍ଯ୍ୟ ହୋଇଯିବେ। ହଜାର ନୁହେଁ କି ଲକ୍ଷେ ଯାହାର ଦାମ ପାଖାପାଖି ୧ କୋଟି ଟଙ୍କା। ଭକ୍ତି ଓ ଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ବାବାଙ୍କୁ ଅର୍ପଣ କରାଯାଇଛି ସୁନା ଓ ରୁପାରେ ନିର୍ମିତ ଏକ ସୁନ୍ଦର କାନ୍ଥଘଣ୍ଟା।ଏହି ଘଣ୍ଟା ତିଆରିରେ ବ୍ୟବହାର ହୋଇଛି ୬୬୯ ଗ୍ରାମ ୧୮ କ୍ୟାରେଟ୍ ସୁନା ଏବଂ ୩୧୯ ଗ୍ରାମ ରୁପା। ତେବେ ଏହି ଦାନକୁ ନେଇ ସବୁଠୁ ବଡ଼ ଚର୍ଚ୍ଚା ହେଉଛି ଦାତାଙ୍କ ପରିଚୟକୁ ନେଇ।କାରଣ ଏତେ ମୂଲ୍ୟବାନ ଉପହାର ଦେଇଥିବା ଭକ୍ତ ଜଣକ ନିଜ ନାଁ କିମ୍ବା ଠିକଣା କିଛି ବି ଜଣାଇ ନାହାନ୍ତି। ନିଜ ପରିଚୟ ଗୋପନ ରଖି ସାଇବାବାଙ୍କ ଚରଣରେ ଅର୍ପଣ କରିଛନ୍ତି ଏହି ମୂଲ୍ୟବାନ ଭେଟି।ସେପଟେ ମନ୍ଦିର ପ୍ରଶାସନ ପକ୍ଷରୁ ଖୁବ୍ଶୀଘ୍ର ଏହି ସୁନା-ରୁପା ନିର୍ମିତ କାନ୍ଥଘଣ୍ଟାକୁ ବାବାଙ୍କ ସମାଧି ମନ୍ଦିରରେ ସ୍ଥାନିତ କରିବାକୁ ନିଷ୍ପତ୍ତି ନିଆଯାଇଛି।


