May 4, 2026

ସୁନ୍ଦରଗଡ଼ ଜିଲ୍ଲାରୁ ବେଆଇନ ବେଟିଂ କରୁଥିବା ୫ଜଣିଆ ଦଳ ଗିରଫ

1 min read

ରାଜଗାଙ୍ଗପୁର : ଚାଲୁଥିବା ଆଇପିଏଲ କ୍ରିକେଟ ମ୍ୟାଚକୁ ନେଇ ସୁନ୍ଦରଗଡ଼ ଜିଲ୍ଲାରୁ ବେଆଇନ ବେଟିଂ କରୁଥିବା ୫ଜଣିଆ ଦଳ ଗିରଫ।
ବେଟିଂ ସମ୍ପର୍କରେ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ରାଜଗାଙ୍ଗପୁର ଆଇଆଇସି ବିଜୟ କୁମାର ଦାସଙ୍କ ନିର୍ଦ୍ଦେଶରେ ଏସଆଇ ରାଜେଶ କୁମାର ସେଠୀଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ରାଜଗାଙ୍ଗପୁରର ମିନି ଷ୍ଟାଡିୟମରେ ଚଢାଉ କରିଥିଲା। ଚଢାଉରେ ବେଆଇନ ବେଟିଂ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ୫ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୫ ଲକ୍ଷ ଟଙ୍କା ଓ ୫ଟି ମୋବାଇଲ ଜବତ କରାଯାଇଛି। ଅଭିଯୁକ୍ତମାନେ ମୋବାଇଲ ଫୋନ୍ ମାଧ୍ୟମରେ ଜନସାଧାରଣଙ୍କଠାରୁ ଟଙ୍କା ସଂଗ୍ରହ କରୁଥିଲେ। ଏହା ଦ୍ୱାରା ଯୁବ ସମାଜ ଶୋଷିତ ହୋଇ ବହୁ ନିରୀହ ବ୍ୟକ୍ତି ଲୋଭରେ ପଡି ଠକାମୀର ଶିକାର ହେଉଥିଲେ। ଯାହା କ୍ରିକେଟ ସଟ୍ଟା ନାମରେ ନାମିତ। ଗିରଫ ବ୍ୟକ୍ତି ମାନେ ହେଲେ ରାଉରକେଲା ବାସନ୍ତୀ କଲୋନିର ରଞ୍ଜନ କୁମାର ସା (୨୯), ରାହୁଲ ସାହୁ (୩୨), ବାଗିଚାପଡ଼ାର ସଞ୍ଜୟ କୁମାର ମିସ୍ତ୍ରୀ (୪୭), ମାଷ୍ଟର କଲୋନିର ଉମେଶ ସେଟା ଓରଫ ସୋନୁ (୪୧), ରାମବାଗନ ନିରଜ ସାହୁ (୩୫)।