ଗ୍ୟାସ ସିଲିଣ୍ଡର ଲିକ୍ ହେବା ଫଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି
1 min read
ନୂଆଦିଲ୍ଲୀ: ଗୁରୁବାର ସକାଳେ ଭିୱାଡିର ସାଥଲାକା ଗାଁର ବିଲୁ ଲେବର କଲୋନୀରେ ଅଘଟଣ। ରୋଷେଇ କରୁଥିବାବେଳେ ଗ୍ୟାସ ସିଲିଣ୍ଡର ଲିକ୍ ହେବା ଫଳରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଯେଉଁଥିରେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଗୁରୁତର ଭାବରେ ଜଳିଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶର ବାସିନ୍ଦା ନେମ ସିଂହ(୩୫) ତାଙ୍କ ପରିବାର ସହିତ କଲୋନୀରେ ଏକ ଭଡା ଘରେ ରହୁଥିଲେ। ସକାଳେ ରୋଷେଇ କରୁଥିବା ସମୟରେ ସେ ଗ୍ୟାସ ସିଲିଣ୍ଡର ବଦଳାଉଥିଲେ। ଏହି ସମୟରେ ନୂତନ ସିଲିଣ୍ଡରରୁ ଗ୍ୟାସ ଲିକ୍ ହେବା ଆରମ୍ଭ ହୋଇଥିଲା।
କିଛି ସମୟ ମଧ୍ୟରେ ଏଲପିଜି ଗ୍ୟାସ ପୁରା ଘରେ ବ୍ୟାପିଯାଇଥିଲା। ଏବଂ ନିଆଁ ସଂସ୍ପର୍ଶରେ ଆସିବା ମାତ୍ରେ ଜୋରରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ଦୁର୍ଘଟଣାରେ ନେମ ସିଂହ, ତାଙ୍କ ସ୍ତ୍ରୀ ମମତା(୩୦), ମାମୁଁ ବ୍ରିଜେଶ (୩୨) ଏବଂ ୪ ଜଣ ଶିଶୁ ପଙ୍କଜ (୮), ଛଗନ (୬), କାଜଲ (୧୫) ଏବଂ କିଶନବତୀ (୧୨) ନିଆଁରେ ଫସି ଗୁରୁତର ଆହତ ହୋଇଥିଲେ। ପିଲାମାନଙ୍କ ଅବସ୍ଥା ବର୍ତ୍ତମାନ୍ ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି। ଘଟଣାରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି


