ଟ୍ରକ୍କୁ ମୁହାଁମୁହିଁ ଧକ୍କା ଦେଲା ଯାତ୍ରୀବାହୀ ବସ୍
1 min read
ଦଶରଥପୁର: ରାଉରକେଲାରୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଆସୁଥିବା ଘରୋଇ ବସ୍ ‘ପ୍ରମିଳା’ ଗତକାଲି ରାତ୍ରୀ ପ୍ରାୟ ୯ଟା ୧୦ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବୀରା ଠାରେ ବସ୍ ଚାଳକ ଭାରସାମ୍ୟ ହରାଇ ଡିଭାଇଡର ଅତିକ୍ରମ କରି ଡାହାଣ ପଟୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ମୋଟ ୪ ଜଣଙ୍କର ମୃତ୍ୟ ହୋଇଛି। ଏତିରେ ବସ୍ର ୨ ଡ୍ରାଇଭର, ହେଲ୍ପର ସମେତ ଟ୍ରକ ଡ୍ରାଇଭର ସାମିଲ ଅଛନ୍ତି। ୨୦ ଅଧିକ ଆହତ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।


