April 23, 2026

ଐତିହାସିକ ମହାପୁରୁଷଙ୍କ ବିଜେସ୍ଥଳୀ ମାଣିଖଣ୍ଡିରେ ଯଜ୍ଞ କାର୍ଯ୍ୟକ୍ରମ

1 min read

ଡେରାବିଶ,୨୩/୪(ନି.ପ୍ର) : ଡେରାବିଶ ଅଂଚଳର ବାଲିଆ ଗ୍ରାମରେ ଐତିହାସିକ ଶ୍ରୀ ଶ୍ରୀ ମାଣିଖଣ୍ଡି ମହାପୁରୁଷଙ୍କ ବିଜେସ୍ଥଳି । ଏହି ପୀଠରେ ଅତୀତରେ ପୂର୍ବପୁରୁଷମାନେ ଏକାଧିକବାର ଯଜ୍ଞ ଅନୁଷ୍ଠିତ କରିବାର ବହୁ ପ୍ରମାଣ ରହିଛି । ପାରମ୍ପରିକ ରୀତି ଓ ନୀତିକୁ ଅଗ୍ରାଧିକାର ଦେଇ ଉକ୍ତ ଯଜ୍ଞ ଅନୁଷ୍ଠାନ ପ୍ରାୟ ଶହେ ବର୍ଷ ହେବ ନିରବଚ୍ଛିନ୍ନ ଭାବେ ସ୍ଥାନୀୟ ଭଗବତପ୍ରେମୀଙ୍କ ଦ୍ୱାରା ଅନୁଷ୍ଠିତ ହେଉଛି ।

ଚଳିତ ବର୍ଷ ମଧ୍ୟ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଯଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେଉଛି । ଏହା ସାତଦିନ ଧରି ଉକ୍ତ ସ୍ଥାନରେ ଅନୁଷ୍ଠିତ ହେଉଛି । ଏଥିରେ କର୍ତାଭବେ ବରେନ୍ଦ୍ର ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ନଳିନୀ ମହାନ୍ତି ଯଥା ରୀତି ସହ ଯଜ୍ଞରେ ଉପସ୍ଥିତ ରହିଛନ୍ତି । ପଣ୍ଡିତ ରମେଶ ଚନ୍ଦ୍ର ପଣ୍ଡା ଓ ତାଙ୍କ ସାଥୀ ପଣ୍ଡିତଙ୍କ ଦ୍ୱାରା ଯଜ୍ଞ ପୂଜା ଅନୁଷ୍ଠିତ ହେଉଛି । ନାପିତ ଅନନ୍ତ ବାରିକ ପୂଜା କାର୍ଯ୍ୟରେ ତାଙ୍କ ସହଯୋଗ ପ୍ରଦାନ କରୁଛନ୍ତି ।

ମାଣିଖଣ୍ଡି ପୀଠ ବାଲିଆ, ଗୋଲରାହାଟ ଓ ଲକ୍ଷ୍ମୀନାରାୟଣପୁର ତିନୋଟି ପଂଚାୟତର କେନ୍ଦ୍ର ସ୍ଥଳୀ ହୋଇଥିବାରୁ ତିନି ପଂଚାୟତରୁ ହଜାର ହଜାର ଭଗବତ ପ୍ରେମୀଙ୍କ ଜନସମାଗମ ହୋଇଥାଏ । ପ୍ରତିଦିନ ଏଠାରେ ଅନ୍ନଛତ୍ର କାର୍ଯ୍ୟକ୍ରମ କରାଯାଉଛି । ଯଜ୍ଞ ସପ୍ତମ ଦିନ ଅର୍ଥାତ ଆସନ୍ତା ରବିବାର ଦିନ ପୂର୍ଣ୍ଣାହୁତି ହେବ । ଉକ୍ତ ଦିନ ପ୍ରତିବର୍ଷ ପରି ହଜାର ହଜାର ଭକ୍ତଙ୍କ ସମାବେଶ ହେବ ତେଣୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଏହି ମାଣିଖଣ୍ଡି ମଠ ଯଜ୍ଞ ଅନୁଷ୍ଠାନର ସଭାପତି ବନମାଳୀ ପ୍ରସାଦ ଦ୍ୱିବେ ଓ ସମ୍ପାଦକ ଅନିରୁଦ୍ଧ ବେହେରା ତଥା ତାଙ୍କ ସହଯୋଗୀ ବ୍ରଜସୁନ୍ଦର ମହାନ୍ତି, ବିଭୁପ୍ରସାଦ ବେହେରା, ପରମାନନ୍ଦ ବେହେରା, ସୁରେନ୍ଦ୍ର ମହାନ୍ତି, କୁଳମଣୀ ବେହେରା, ଜ୍ଞାନେନ୍ଦ୍ର ସାହୁ, ଅକ୍ଷୟ ମହାନ୍ତି, ପ୍ରମୋଦ ମହାପାତ୍ର, ଚିତ ରଞ୍ଜନ ତ୍ରିପାଠୀ, ମହେଶ୍ୱର ମଲ୍ଲିକ, ବଂଶୀଧର ମଲ୍ଲୀକ ପ୍ରମୂଖ ସକ୍ରୀୟ ରହି ଉକ୍ତ କାର୍ଯ୍ୟକ୍ରମକୁ ଶାନ୍ତି ଓ ଶୃଙ୍ଖଳା ସହିତ ବ୍ୟବସ୍ଥିତ କରୁଛନ୍ତି । ମାଣିଖଣ୍ଡି ମଠ ଓ ସୀତାରାମ ଆଶ୍ରମର ମଠାଧିସ ଶ୍ରୀଧର ମହାରାଜ ଉକ୍ତ କାର୍ଯ୍ୟକୁ ନିଜ ତତ୍ୱାବଧାନରେ ଆରମ୍ଭ କରିଛନ୍ତି ।