ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଣ୍ଡଫଟା ଖରା
1 min read
ଭୁବନେଶ୍ବର: ସମଗ୍ର ଭାରତ ସହିତ ଓଡ଼ିଶାରେ ମଧ୍ୟ ତାପମାତ୍ରା ବଢ଼ି ଚାଲିଛି। ସୂର୍ଯ୍ୟ ଉଦୟ ହେବାର ଅଳ୍ପ ସମୟ ମଧ୍ୟରେ ପ୍ରବଳ ଖରା ଆରମ୍ଭ ହୋଇଯାଉଛି। ପୂର୍ବାହ୍ଣ ୮ଟା ପରଠାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଣ୍ଡଫଟା ଖରା ଅନୁଭୂତ ହେଉଛି। ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଥିବା ବେଳେ ସବୁଠାରୁ ଅଧିକ ଚିନ୍ତାରେ ରହୁଛନ୍ତି ସ୍କୁଲ ଯାଉଥିବା ପିଲାଙ୍କର ଅଭିଭାବକମାନେ।
ବର୍ତ୍ତମାନ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ଖରା ଯୋଗୁଁ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଆଉ କିଛି ସ୍କୁଲରେ ପାଠପଢ଼ା ଚାଲିଛି। ଏହାରି ମଧ୍ୟରେ ସରକାର ସ୍କୁଲ ଛୁଟି ନେଇ ଚିନ୍ତା କରୁଛନ୍ତି। ଖରା ଛୁଟି ନେଇ ଦିନେ ଦୁଇ ଦିନ ଭିତରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ। ରାଜସ୍ବ ବିଭାଗ ଏବଂ ଗଣଶିକ୍ଷା ବିଭାଗ ଆଜି ଏନେଇ ଆଲୋଚନା କରିଛନ୍ତି।


