April 16, 2026

ପୂର୍ବତନ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ୩ବର୍ଷ ଜେଲ୍‌ଦଣ୍ଡ

1 min read

ଭୁବନେଶ୍ବର: ଏକ ଲାଞ୍ଚ ମାମଲାରେ ନୂଆପଡ଼ା ଜିଲ୍ଲାର ପୂର୍ବତନ ଶ୍ରମ ଅଧିକାରୀ ସରତ କୁମାର ପାଣିଗ୍ରାହୀଙ୍କୁ ୩ବର୍ଷ ଜେଲ୍‌ଦଣ୍ଡ ହୋଇଛି। ଅବସରପ୍ରାପ୍ତ ଶ୍ରମ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ପରେ ଭବାନୀପାଟଣାସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ସରତ କୁମାର ପାଣିଗ୍ରାହୀଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ ସହିତ ୮୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ସରତ ପାଣିଗ୍ରାହୀ ୨୦୨୧ ଜାନୁଆରି ୭ ତାରିଖରେ ୨୦୦ ଜଣ ଶ୍ରମିକଙ୍କର ନାମ ପଂଜୀକରଣ ପାଇଁ ଜଣେ ଟ୍ରେନ୍‌ରଙ୍କ ଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।