ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି
1 min read
ଭୁବନେଶ୍ବର: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ନେଇଛନ୍ତି । ହେଲେ ସୁଜିତ କୁମାର ଶପଥ ନେଇନାହାନ୍ତି । ରାଜ୍ୟ ସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍ ଓଡ଼ିଶାରୁ ନବନିର୍ବାଚିତ ୩ ଏମପିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ହେଲେ ଆଜି ସୁଜିତ କୁମାର କାହିଁକି ଶପଥ ନେଲେ ତାହା ସ୍ପଷ୍ଟ ହୋଇପାରି ନାହିଁ ।
କହିରଖୁଛୁ କି, ଓଡ଼ିଶାର ୪ଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ ୧୬ରେ ନିର୍ବାଚନ ହୋଇଥିବା ବେଳେ ଫଳାଫଳ ମଧ୍ୟ ଘୋଷଣା ହୋଇଥିଲା । ନିର୍ବାଚନରେ ଭାଜପା ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଜିତିଥିବା ବେଳେ ଭାଜପା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲୀପ ରାୟ ମଧ୍ୟ ବାଜି ମାରିଥିଲେ । ସେହିପରି ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ର ଜିତିଥିଲେ ।


