ଅବକାରୀ ବିଭାଗରେ ୩.୬୭କୋଟି ଟଙ୍କା ଲୁଟ୍ ଅଭିଯୋଗ
1 min read
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି ଟଙ୍କା ଲୁଟ୍ ଅଭିଯୋଗରେ ସମ୍ବଲପୁର ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଅବକାରୀ କାର୍ଯ୍ୟାଳୟର ନିଲମ୍ବିତ ଜୁନିଅର ଆସିଷ୍ଟାଣ୍ଟ ସନ୍ଦୀପ କୁମାର ପଟ୍ଟନାୟକ ଏବଂ ଅବସରପ୍ରାପ୍ତ ଏଏସଆଇ ଶରତ ଚନ୍ଦ୍ର ବେହେରା। ଏହି ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଅବସରପ୍ରାପ୍ତ ଏଏସଆଇ ଅଚ୍ୟୁତ ଦେହୁରୀଙ୍କ ସମ୍ପୃକ୍ତି ଥିବା ପୁଲିସ ସୂଚନା ଦେଇଛି।
ପୁଲିସ ଅଭିଯୁକ୍ତଙ୍କ ନିକଟରୁ ୨୩.୪୬ ଲକ୍ଷ ଟଙ୍କା ନଗଦ ଜବତ କରିବା ସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୪୪ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।


