ବଜ୍ରକାପ୍ତା କାତି ଜବତ, ୩ ଗିରଫ
1 min read
ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବନବିଭାଗ ଟିମ ଆଜି ଅପରାହ୍ନରେ ଡିଲ ବେଳେ ବଜ୍ରକାପ୍ତା କାତି ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ବନବିଭାଗ, ଏସଟିଏଫ ଟିମ ମିଳିତ ଭାବେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗାଁରେ ଚଢ଼ାଉ କରି ବଜ୍ରକାପ୍ତା କାତି ୧୪ଟି ସହିତ ୩ ଜଣଙ୍କୁ ଗିରଫ କରିଛନ୍ତି। ୧୪ଟି କାତି ପାଇଁ ୭୦ ହଜାର ଟଙ୍କାରେ ଡିଲ କରାଯାଉଥିଲା। ବନବିଭାଗର କର୍ମଚାରୀ ଗ୍ରାହକ ସାଜି ନେବାକୁ ପହଂଚିଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଟିମ ୩ ଜଣଙ୍କୁ ମାଡ଼ି ବସିବା ସହିତ ବଜ୍ରକାପ୍ତା କାତି ଜବତ କରିଛି।


