ଥରହର ମାଓ ଶିବିର
1 min read
ନୂଆଦିଲ୍ଲୀ: ଥରହର ମାଓ ଶିବିର । ନକ୍ସଲଙ୍କ ଆଖିରୁ ହଜିଲାଣି ନିଦ । ସମୟ ଘନେଇ ଆସୁଛି, ଆଉ ମାତ୍ର ହାତରେ ୨ ମାସ । ୟା ଭିତରେ କ୍ୟାଲେଣ୍ଡର ବଦଳି ଗୋଟେ ବର୍ଷ ବି ବଦଳିଗଲାଣି । ନୂଆବର୍ଷରେ ନିପାତ ହେବେ ନକ୍ସଲ। ଏବେ ଜାନୁଆରୀ ଚାଲିଛି ଜାନୁଆରୀ ଡେଇଁ ପେବୃଆରୀ ପରେ ମାର୍ଚ୍ଚ ମାସ ଆସିବ । ଯେଉଁ ମାର୍ଚ୍ଚ ଉପରେ ସାରା ଦେଶର ନଜର ରହିଥିଲା ଶେଷରେ ସେହି ମାସ ଆସିବ ଆଉ ଦେଶ ମାଓ ମୁକ୍ତ ହେବା ସହ ମାଓବାଦ ଶେଷ ନିଶ୍ବାସ ନେବ । ୨୦୨୬ ମାର୍ଚ୍ଚ ୩୧ ତାରିଖ- ଏହି ଦିନ ମାଓବାଦୀଙ୍କ ପାଇଁ ଡେଡଲାଇନ ଥିବା ବେଳେ ନୂଆବର୍ଷ ଆସିବା ପରେ ନକ୍ସଲଙ୍କ ଆଖିରୁ ନିଦ ହଜିଛି ।
ଦେଶକୁ ମାଓମୁକ୍ତ କରିବା ପାଇଁ ଯେଉଁ ସଙ୍କଳ୍ପ ମୋଦୀ ସରକାର ନେଇଛନ୍ତି ସେହି ଦିଗରେ ଅପରେସନକୁ ଜୋରଦାର କରାଯାଉଛି । ଯବାନ ଏବଂ ସୁରକ୍ଷାକର୍ମୀଙ୍କ ପାଇଁ ଏହି ଡେଡଲାଇନ ସବୁଠାରୁ ବଡ଼ ଗୁରୁତ୍ବପୂର୍ଣ୍ଣ ଏବଂ ଚାଲେଞ୍ଜ ହୋଇଛି । ବିଗତ ଦିନରେ ମାଓମୁକ୍ତ ଭାରତ ଲକ୍ଷ୍ୟରେ ଲାଲଗଡରେ ବଡ଼ ଅପରେସନ କରି ମାଓବାଦୀଙ୍କୁ ନିପାତ ଜାରି ରହିଛି । ଆଉ ଧିରେଧିରେ ମାର୍ଚ୍ଚ ଆସୁଥିବାରୁ ନକ୍ସଲ ବି ଛାନିଆ ହେଇ ଆତ୍ମସମର୍ପଣ କରୁଛନ୍ତି । ପୂର୍ବରୁ ନକ୍ସଲ ଅସ୍ତ୍ର ଛାଡ଼ିବା ନେଇ ଖବର ଆସୁଥିବା ବେଳେ ଆଜି ମାଓବାଦୀଙ୍କ ଆତ୍ମସମର୍ପଣ ପରେ ମାଓ ସଙ୍ଗଠନକୁ ଲାଗିଛି ଶକ୍ତ ଧକ୍କା । ଟପ୍ ମାଓ କମାଣ୍ଡର ବାର୍ସେ ଦେବା ୪୮ ବନ୍ଧୁକ ସହ ଆତ୍ମସମର୍ପଣ କରିଛି । ଖାଲି ବାର୍ସେ ନୁହେଁ ଅନ୍ୟ ୨୦ ମାଓବାଦୀ ବି ଆତ୍ମସମର୍ପଣ କରିଛନ୍ତି । ହିଡମା ପରେ ୨ୟ ମାଓ ଲିଡର ଥିଲା ବାର୍ସେ । ସମସ୍ତେ ହାଇଦ୍ରାବାଦରେ ଆତ୍ମସମର୍ପଣ କରିଛନ୍ତି ।


