February 14, 2026

ରତ୍ନଭଣ୍ଡାର ଗଣତି ମଣତି ନେଇ ଏସ୍‌ଓପି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ

1 min read

ଭୁବନେଶ୍ଵର: ରତ୍ନଭଣ୍ଡାର ଗଣତି ମଣତି ନେଇ ଏସ୍‌ଓପି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଗଣତି ମଣତି ନେଇ ଏସ୍‌ଓପି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଚ୍ଚସ୍ତରୀୟ କମିଟିରେ ଏନେଇ ଆଲୋଚନା ହୋଇଛି। କମିଟି ଏକ ପୂର୍ଣ୍ଣ୍ରାଙ୍ଗ ଏସ୍‌ଓପି ସରକାରଙ୍କ ପାଖକୁ ପଠାଇବେ। ସରକାରଙ୍କ ପାଖରୁ ଏସ୍‌ଓପି ଆସିଲେ ଗଣତି ମଣତିର ବାଟ ଖୋଲିବ। ରଥଯାତ୍ରା ପୂର୍ବରୁ ଗଣତି ମଣତି ସାରିବାକୁ କମିଟି ନିଷ୍ପତ୍ତି ନେଇଛି। ଭକ୍ତଙ୍କ ଦର୍ଶନ ଏବଂ ନୀତିକାନ୍ତିକୁ ଧ୍ୟାନରେ ରଖି ଗଣତି ମଣତି କରାଯିବ।