January 15, 2026

କୂଅରେ ପଡ଼ି ଗାଁ ଚିକିତ୍ସକଙ୍କ ମୃତ୍ୟୁ

1 min read

ସୁନ୍ଦରଗଡ଼: ଆଜି ସକାଳେ ତଳସରା ଥାନା କୁରେଇ ପଞ୍ଚାୟତ କୁରେଇ ଗାଁ ଟୁଙ୍ଗୁରିପଡ଼ାରେ କୂଅରେ ପଡ଼ି ଗାଁ ଚିକିତ୍ସକଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଭୁବନେଶ୍ବରରୁ ଘର ପରିବାର ଛାଡ଼ି ବହୁ ବର୍ଷ ହେଲା ଆସି ଏଠାରେ ରହି ଘରୋଇ ଭାବେ ଲୋକଙ୍କ ଚିକିତ୍ସା କରୁଥିଲେ ସେ। ମୃତକ ହେଲେ ପ୍ରବୀଣ କୁମାର ନନ୍ଦ (୪୫)। ତେବେ ସେ ସବୁବେଳେ ନିଶାସକ୍ତ ରହୁଥିଲେ।

ଆଜି ସକାଳେ ସେ ଉଠି କୂଅରୁ ପାଣି କାଢ଼ୁଥିବାବେଳେ ଅସାବଧାନତାବଶତଃ ପଡ଼ି ଯାଇଥିବା ଲୋକେ ଅନୁମାନ କରିଛନ୍ତି। କେହି ଜଣେ ପାଣି ଆଣିବାକୁ କୂଅ ପାଖକୁ ଗଲାବେଳେ ପ୍ରବୀଣଙ୍କ ମୃତଦେହ ଭାସୁଥିବା ଦେଖି ପଡ଼ା ଲୋକଙ୍କୁ ସୂଚନା ଦେଇଥିଲେ। ପରେ ଘଟଣାସ୍ଥଳକୁ ତଳସରା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।