ଡେରାବିଶର ଦୁମୁକାହାଟଠାରେ ମାଣ୍ଡିଆ ଟିଫିନ୍ କେନ୍ଦ୍ର ଉଦ୍ଘାଟିତ
1 min read
ଡେରାବିଶ,(ନି.ପ୍ର) ୨୪/୧୨ : ଡେରାବିଶ୍ ବ୍ଲକ ଗୋଲରାହାଟ ପଂଚାୟତର ଦୁମୁକାହାଟ ଠାରେ ନୁରାନୀ କୃଷକ ଶକ୍ତି କୃଷି ଉତ୍ପାଦକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶାନ୍ତିମୈତ୍ରୀ ସହାୟତାରେ ବାସୁଦେବ ବିଶ୍ୱ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଏକ ମାଣ୍ଡିଆ ଟିଫିନ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ବ୍ଲକ୍ ଉନ୍ନୟନ ଅଧିକାରୀ ନମିତା ବାରିକ ଓ କେନ୍ଦ୍ରାପଡ଼ା କୃଷି ଅଧିକାରୀ ହେମନ୍ତ କୁମାର ସାମଲଙ୍କ ଦ୍ୱାରା ଏହି କେନ୍ଦ୍ର ଉଦ୍ଘାଟିତ ହୋଇଥିଲା । ଉକ୍ତ ଉଦ୍ଘାଟନି ସଭାରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ହରପ୍ରିୟା ଦେବୀ, ମିଶନ ଶକ୍ତି ବ୍ଲକ କାର୍ଯ୍ୟକ୍ରମ ସଂଯୋଜିକା ବିଜୟଲକ୍ଷ୍ମୀ ବେହେରା, ଶ୍ରୀ ଅନ୍ନ ଅଭିଯାନ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ସୋସ୍ତିକ ସୁନ୍ଦ୍ର ଯେନା, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶାନ୍ତିମୈତ୍ରୀ ତରଫରୁ ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଦିବ୍ୟଜ୍ୟୋତିି ମଲ୍ଲ, କୋଷାଧ୍ୟକ୍ଷ ସୁବ୍ରତ କୁମାର ବେହେରା, ନୁରାନୀ କୃଷକ ଶକ୍ତି କୃଷି ଉତ୍ପାଦକର ମୁଖ୍ୟ ନିର୍ଦ୍ଦେଶକ ବୁରାନ୍ ଖାଁ, ଉପ-ନିର୍ଦ୍ଦେଶିକା ସୁବାସିନୀ ଭଦ୍ର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସାହୁ, କୋଷାଧ୍ୟକ୍ଷ ସସ୍ମିତା ବାରିକ ଓ ଗୋଷ୍ଠି ସମ୍ବଳ ସହାୟକ ମନୋଜ କୁମାର ବେହେରା, ସ୍ନେହଲତା ପ୍ରଧାନ, ପ୍ରତିଭା ବାରିକ ଏବଂ ବାସୁଦେବ ବିଶ୍ୱ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ସସ୍ମିତା ଓଝା ଏବଂ ଅନ୍ୟ ସମସ୍ତ ସଭ୍ୟା ଓ ସ୍ଥାନୀୟ ଗ୍ରାହକମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଭାକର ଲେଙ୍କାଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା । ପଂଚାୟତ ମହାସଂଘର ମୁଖ୍ୟ ଏମ୍.ବି.କେ ବନମିତ୍ରା ରଥ ଓ ସମ୍ପାଦିକା ଇଶରତ ଯାହାଁ ଓ ଦୁମୁକାହାଟ ୱାର୍ଡ ସଭ୍ୟ ବିଷ୍ଣୁଦେବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


