December 22, 2025

ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

1 min read

ମୁମ୍ବାଇ: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ସେ ପ୍ରକାଶ କରିଛନ୍ତି।

ଇରଫାନ୍ କହିଛନ୍ତି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଆହତ ସମସ୍ୟାରୁ ଫେରିବା ପରେ ଭଲ ପ୍ରଦର୍ଶନ କରୁଛନ୍ତି, କିନ୍ତୁ ଯଦି କୌଣସି କାରଣରୁ ସେ ବିଫଳ ହୁଅନ୍ତି, ତେବେ ତାଙ୍କ ସ୍ଥାନରେ ମ୍ୟାଚ୍ ଶେଷ କରିବା ଭଳି ଦ୍ୱିତୀୟ କୌଣସି ‘ଫିନିସର’ ଦଳରେ ନାହାନ୍ତି। ତେବେ ଶୁଭମନ ଗିଲ୍‌ଙ୍କ ଖରାପ ପ୍ରଦର୍ଶନ ପରେ ୱିକେଟକିପର-ବ୍ୟାଟର ଈଶାନ କିଷାନଙ୍କୁ ବିଶ୍ୱକପ ଦଳରେ ସ୍ଥାନ ମିଳିବା ସହିତ ରିଙ୍କୁ ସିଂ ଦଳରେ ସ୍ଥାନ ପାଇଛନ୍ତି।

ଟି-୨୦ ବିଶ୍ୱକପ ଦଳ ଘୋଷଣା କରିବା ସମୟରେ, ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର କହିଥିଲେ ଯେ ମିଶ୍ରଣ ଚିନ୍ତାଧାରା ଯୋଗୁ ଗିଲଙ୍କୁ ବାଦ ଦିଆଯାଇଥିଲା। ଦଳ ପରିଚାଳନା ଶୀର୍ଷ କ୍ରମରେ ଜଣେ ଉଇକେଟକିପରଙ୍କୁ ଖେଳାଇବାକୁ ଚାହୁଁଥିଲା, ଯେଉଁଥିପାଇଁ ଗିଲ୍‌ଙ୍କୁ ବାଦ ଦିଆଯାଇଥିଲା ଏବଂ ସଞ୍ଜୁ ସାମସନଙ୍କୁ ସୁଯୋଗ ଦିଆଯାଇଥିଲା। ଇଶାନ କିଶାନଙ୍କୁ ମଧ୍ୟ ବ୍ୟାକଅପ ଉଇକେଟକିପର-ବ୍ୟାଟସମ୍ୟାନ ଭାବରେ ସାମିଲ କରାଯାଇଥିଲା।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଦ୍ୟ ସମାପ୍ତ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ଦୁଇଟି ମ୍ୟାଚ ପୂର୍ବରୁ ଗିଲ ଆହତ ହୋଇଥିଲେ। ଲକ୍ଷ୍ନୌରେ ନେଟ ସେସନ ସମୟରେ ଗିଲଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ସାମସନ ସିରିଜ୍‌ର ପଞ୍ଚମ ଏବଂ ଶେଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ୨୨ ବଲ୍‌ରେ ୩୭ ରନ କରି ଓପନର୍‌ ଭାବରେ ଫେରିଥିଲେ। ତାଙ୍କୁ ବର୍ତ୍ତମାନ ଚୟନ କମିଟି ଦ୍ୱାରା ପୁରସ୍କୃତ କରାଯାଇଛି। ତାଙ୍କୁ ଉଇକେଟକିପର-ବ୍ୟାଟ୍ସମ୍ୟାନ ଭାବରେ ଟି-୨୦ ବିଶ୍ୱକପ ଦଳରେ ସାମିଲ କରାଯାଇଛି।