December 21, 2025

ହାର୍ଦ୍ଦିକ, ତିଳକଙ୍କ ବିସ୍ଫୋରକ ବ୍ୟାଟିଂ

1 min read

ଅହମ୍ମଦାବାଦ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୩୨ ରନର ବିଜୟ ଲକ୍ଷ୍ୟ ଦେଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୬୩ ରନ(୨୫ବଲ) ଏବଂ ତିଳକ ବର୍ମାଙ୍କ ଚିତ୍ତାକର୍ଷକ ଅର୍ଦ୍ଧଶତକ ୭୩ (୪୨ବଲ) ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ବିଶାଳ ୨୩୧ ରନ କରିଥିଲା। ମାତ୍ର ୧୬ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ହାର୍ଦ୍ଦିକଙ୍କ ୬୩ ରନର ପାଳି ମଧ୍ୟରେ ୫ ବିଶାଳ ଛକା ଓ ୫ ଚଉକା ସାମିଲ ଥିଲା। ସିରିଜ ଜିତିବାକୁ ହେଲେ ଭାରତକୁ ଏହି ମ୍ୟାଚରେ ନିଶ୍ଚିତ ବିଜୟ ହାସଲ କରିବାକୁ ହେବ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ ଇଣ୍ଡିଆର ଦୁଇ ଓପନର ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ଭାରତକୁ ଭଲ ପ୍ରାରମ୍ଭ ହୋଇଥିଲେ। ଉଭୟେ ପ୍ରଥମ ଉଇକେଟରେ ୬୩ ରନ ଯୋଡ଼ିଥିଲେ। ୫.୪ ଓଭରରେ ଅଭିଷେକ ପ୍ରଥମ ଉଇକେଟ ଭାବେ ୨୧ ବଲରୁ ୩୪ ରନ କରି ଆଉଟ ହୋଇଥିଲେ। ସାମସନ ୨୨ ବଲରୁ ୩୭ ରନ କରି ଦ୍ବିତୀୟ ଉଇକେଟ ଭାବେ ୯୭ ରନରେ ଆଉଟ ହୋଇଥିଲେ। ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଏହି ମ୍ୟାଚରେ ବିଫଳ ହୋଇଥିଲେ। ସେ ମାତ୍ର ୫ ରନ କରିଥିଲେ।

ତେବେ ତିଳକ ବର୍ମା ଏବଂ ପାଣ୍ଡ୍ୟାଙ୍କ ଜବରଦସ୍ତ ବ୍ୟାଟିଂକୁ ଦର୍ଶକ ବେଶ୍ ଉପଭୋଗ କରିଥିଲେ। ପାଣ୍ଡ୍ୟାଙ୍କ ବ୍ୟାଟରୁ ୫ ଟି ବିଶାଳ ଛକା ଦେଖିବାକୁ ମିଳିଥିଲା। ଶିବମ ଦୁବେ ୩ ବଲରୁ ଗୋଟିଏ ଛକା ଏବଂ ଗୋଟିଏ ଚଉକା ସହିତ ୧୦ ରନ କରିଥିଲେ