ଦିଲ୍ଲୀରେ କଲବଲ କଲାଣି ବାୟୁ ପ୍ରଦୂଷଣ
1 min read
ନୂଆଦିଲ୍ଲୀ: ଦିଲ୍ଲୀରେ କଲବଲ କଲାଣି ବାୟୁ ପ୍ରଦୂଷଣ। ବାୟୁ ଗୁଣବତ୍ତା ବିପଦ ସଙ୍କେତ ପାର୍ କରିବା ପରେ ଜୀବନ ନେଉଛି ଘନ କୁହୁଡ଼ି। ପ୍ରଦୂଷଣ ପାଇଁ ଦିଲ୍ଲୀରେ ଏବେ ରହିବା କଷ୍ଟକର ହୋଇପଡ଼ିଲାଣି। ବିଭିନ୍ନ ରୋଗର କାରଣ ପାଲଟିଛି ବାୟୁ ପ୍ରଦୂଷଣ। ଏହାକୁ ଆଖି ଆଗରେ ରଖି ସୁପ୍ରିମକୋର୍ଟ ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନକୁ ନେଇ ପୂର୍ବରୁ ଦେଇଥିବା ଆଦେଶରେ ସଂଶୋଧନ କରିଛନ୍ତି। ତାଙ୍କର ନୂତନ ଆଦେଶରେ, ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀ-ଏନସିଆରରେ କେବଳ BS4 ଏବଂ ନୂତନ ଯାନଗୁଡ଼ିକୁ ଛାଡ଼ ଦିଆଯିବ। ସଂଶୋଧିତ ଆଦେଶରେ BS-3 ଯାନଗୁଡ଼ିକୁ ଛାଡ଼ରୁ ବାଦ ଦିଆଯାଇଛି।
ସୁପ୍ରିମକୋର୍ଟ CAQM (ବାୟୁ ଗୁଣବତ୍ତା ପରିଚାଳନା କମିଶନ)ର ଏକ ଅନୁରୋଧ ଆଧାରରେ ତାଙ୍କ ଆଦେଶରେ ସଂଶୋଧନ କରିଛନ୍ତି। ପୂର୍ବରୁ ଦିଲ୍ଲୀ ସରକାରଙ୍କ ଏକ ଆବେଦନ ଉପରେ ଶୁଣାଣି କରି, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ୧୦ ବର୍ଷ ପୁରୁଣା ଡିଜେଲ ଏବଂ ୧୫ ବର୍ଷ ପୁରୁଣା ପେଟ୍ରୋଲ ଯାନ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ।


